ବିରୋଧୀ ଦଳ ମିଛ କହୁଛି…କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, କଟକ ସାଂସଦଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

କଟକରେ ବିଜେଡିର ବିଶାଳ ଶକ୍ତି ପ୍ରଦର୍ଶନ । ବାଲିଯାତ୍ରା ପଡ଼ିଆରେ ସଭାରେ ଉପସ୍ଥିତ ଲକ୍ଷାଧିକ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ପଚାରିଥିଲେ ।

କଟକ(କେନ୍ୟୁଜ୍‌): କଟକରେ ବିଜେଡିର ବିଶାଳ ଶକ୍ତି ପ୍ରଦର୍ଶନ । ବାଲିଯାତ୍ରା ପଡ଼ିଆରେ ସଭାରେ ଉପସ୍ଥିତ ଲକ୍ଷାଧିକ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ପଚାରିଥିଲେ । କହିଛନ୍ତି,ବିଜେଡି ସରକାର ଲୋକଙ୍କୁ ମାଗଣାରେ ବିଜୁଳି ଦେବେ । ଜୁଲାଇରୁ ଆସିବନି ବିଜୁଳି ବିଲ୍ । ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି ନବୀନ ।

ବିରୋଧୀ ଦଳ ମିଛ କହୁଛି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ୍ କରିଛନ୍ତି । ସେହିପରି ସଭାରେ ବିଜେଡିର ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ଭାଷଣରେ ନାଁ ନନେଇ କଟକ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, କୋଭିଡ୍ ମୁକାବିଲାରେ ଓଡ଼ିଶା ଏକ ନମ୍ବର ଥିଲା । ହଜାର ହଜାର ଜୀବନ ବଞ୍ଚାଇଥିଲେ ମୁଖ୍ୟମନ୍ତ୍ରୀ । ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲେ ମୁଖ୍ୟମନ୍ତ୍ରୀ । ସଂସଦରେ ଡିସେମ୍ବର ୨ ତାରିଖ କଟକ ସାଂସଦଙ୍କ ଭାଷଣ ଦେଖିବାକୁ କହିଲେ ।

ତତ୍କାଳୀନ କଟକ ବିଜେଡି ସାଂସଦ ବିଜେପି ସରକାରଙ୍କୁ ପ୍ରଶଂସା କରିଥିଲେ । ପଦେ ବି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରି ନଥିଲେ କି ରାଜ୍ୟ କଥା କହି ନଥିଲେ । ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିଥିବା ବ୍ୟକ୍ତିଙ୍କୁ ଜନସାଧାରଣ ଜୋରଦାର ଉତ୍ତର ଦେବେ ବୋଲି କହିଛନ୍ତି ପାଣ୍ଡିଆନ । ଏଥିସହ ମଧ୍ୟବିତ୍ତଙ୍କ ପାଇଁ ୫ ଗ୍ୟାରେଣ୍ଟିର କଥା କହିଛନ୍ତି । ଯୁବପିଢ଼ିଙ୍କ ଜରିଆରେ ନୂଆ ଓଡ଼ିଶା ଗଠନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ କଟକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ପାଣ୍ଡିଆନ କହିଛନ୍ତି ।

Leave A Reply

Your email address will not be published.