ତିର୍ତ୍ତୋଲରେ ବିଜେଡିର ଜୋରଦାର ପ୍ରଚାର, ସାମିଲ ହେଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

ଜଗତସିଂହପୁର ଜ଼ିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜୋରଦାର ପ୍ରଚାର । ତିର୍ତ୍ତୋଲ ବିଜେଡି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଓ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ମାରାଥନ କ୍ୟାମ୍ପେନ ।

ଜଗତସିଂହପୁର(କେନ୍ୟୁଜ୍‌): ଜଗତସିଂହପୁର ଜ଼ିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜୋରଦାର ପ୍ରଚାର । ତିର୍ତ୍ତୋଲ ବିଜେଡି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଓ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ମାରାଥନ କ୍ୟାମ୍ପେନ । ଆଜି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଢଙ୍ଗଗଡ଼ ଠାରେ ଏକ ବିରାଟ ଜନସଭାରେ ଆଶୀର୍ବାଦ ଭିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ସାମିଲ ହୋଇଥିଲେ । ଏହାପରେ ରୋଡ଼ ଶୋରେ ବାହାରିଥିଲା । ଏଥିରେ ହଜାର ହଜାର ବିଜେଡି କର୍ମୀ ସାମିଲ ହୋଇଥିଲେ । ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରାଯାଇଛି ।

Leave A Reply

Your email address will not be published.