ଜିଓର ଦମଦାର ପ୍ଲାନ୍‌, ଗୋଟିଏ ରିଚାର୍ଜରେ ପାଇବେ ୧୫ OTT ଆପ୍ ର ଆକ୍ସେସ୍‌

ଏବେ ରିଲାଏନ୍ସ ଜିଓ OTT ଲଭର୍ସଙ୍କ ପାଇଁ ଏକ ନୂଆ ପ୍ଲାନ୍‌ ଆରମ୍ଭ କରିଛି, ଏହି ପ୍ଲାନର ଦାମ୍‌ ୮୮୮ ଟଙ୍କା ଏବଂ ଏହାର ଖାସ୍‌ କଥା ହେଉଛି ଏହି ପ୍ଲାନରେ ୟୁଜର୍ସମାନେ ଗୋଟିଏ କିମ୍ବା ଦୁଇଟି ନୁହେଁ OTT ର ୧୫ ଟି ଆପ୍ସର ଲାଭ ପାଇବେ ।

OTT ଲଭର୍ସ ପ୍ରତି ମାସରେ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମରେ ବହୁତ ଟଙ୍କା ଖର୍ଚ୍ଚ କରନ୍ତି । କିନ୍ତୁ ଏବେ ରିଲାଏନ୍ସ ଜିଓ OTT ଲଭର୍ସଙ୍କ ପାଇଁ ଏକ ନୂଆ ପ୍ଲାନ୍‌ ଆରମ୍ଭ କରିଛି, ଏହି ପ୍ଲାନର ଦାମ୍‌ ୮୮୮ ଟଙ୍କା ଏବଂ ଏହାର ଖାସ୍‌ କଥା ହେଉଛି ଏହି ପ୍ଲାନରେ ୟୁଜର୍ସମାନେ ଗୋଟିଏ କିମ୍ବା ଦୁଇଟି ନୁହେଁ OTT ର ୧୫ ଟି ଆପ୍ସର ଲାଭ ପାଇବେ ।

ଜିଓ ନିକଟରେ ୮୮୮ ଟଙ୍କା ଦାମର ଏକ ନୂଆ ପ୍ଲାନ୍‌ ଆରମ୍ଭ କରିଛି ଯେଉଁଥିରେ ୟୁଜରମାନଙ୍କୁ ୧୫ ରୁ ଅଧିକ OTT ଆପ୍, ୧୦୦୦ ଜିବି ଡାଟା ସହିତ ଅନେକ ସୁବିଧା ମିଳିବ । ରିଲାଏନ୍ସ ଜିଓ ଏହାର JioFiber ଏବଂ JioAirFiber ୟୁଜରଙ୍କ ପାଇଁ ଏହି ପ୍ଲାନ୍‌ ଆରମ୍ଭ କରିଛି । ଏହା ବ୍ୟତୀତ Jio ର ବ୍ରଡବ୍ୟାଣ୍ଡ ୟୁଜରଙ୍କ ପାଇଁ ଆହୁରି ଅନେକ ଦମଦାର ପ୍ଳାନ୍‌ ଅଛି, ଯେଉଁଥିରେ ୟୁଜରଙ୍କୁ ଅନଲିମିଟେଡ୍‌ ହାଇ ସ୍ପିଡ୍ ଇଣ୍ଟରନେଟ୍ ଡାଟା ସହିତ OTT ଆପ୍ସର ମାଗଣା ସବସ୍କ୍ରିପସନ୍ ମିଳିବ ।

୮୮୮ ଟଙ୍କା ଖର୍ଚ୍ଚ କରିବା ପରେ ଏହି ରିଚାର୍ଜ ପ୍ଲାନରେ ଆପଣ କେଉଁ ଲାଭ ପାଇବେ ଆସନ୍ତୁ ଜାଣିବା । ନିକଟରେ ଆରମ୍ଭ ହୋଇଥିବା Jio IPL ଧନ୍‌ ଧନା ଧନ୍‌ ଅଫର ମଧ୍ୟ ଏହି ପ୍ଲାନରେ ସାମିଲ ହେବ । ଏହି ଅଫର ଅନୁଯାୟୀ ଜିଓ ୟୁଜରମାନେ ମଧ୍ୟ ୫୦ ଦିନର ଏକ୍ସଟ୍ରା ଭ୍ୟାଲିଡିଟିର ଲାଭ ପାଇବେ । ଏହି ଅଫରର ଲାଭ କେବଳ ସେହି ଲୋକଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଏହି ପ୍ଲାନକୁ ୩୧ ମେ ପୂର୍ବରୁ ରିଚାର୍ଜ କରିବେ ।

୮୮୮ ଟଙ୍କାର ଏହି ରିଲାଏନ୍ସ ଜିଓ ପ୍ଲାନରେ ଆପଣ ୩୦ Mbps ସ୍ପିଡରେ ହାଇ ସ୍ପିଡ୍ ଅନଲିମଟେଡ ଡାଟାର ଲାଭ ପାଇବେ । JioFiber ଏବଂ Jio AirFiber ଗ୍ରାହକଙ୍କ ପାଇଁ ଏହି Jio ପ୍ଲାନ୍‌ ଆରମ୍ଭ କରାଯାଇଛି । ଏଠାରେ ଗୋଟିଏ କଥା ଧ୍ୟାନ ଦେବାକୁ ହେବ ଯେ ଜିଓ ଫାଇବର ୟୁଜରମାନେ ନିଶ୍ଚିତ ଭାବରେ ଏହି ପ୍ଲାନ୍‌ ସହିତ ଅନଲିମଟେଡ୍‌ ଡାଟା ପାଇବେ, ଏହି ପ୍ଲାନ୍‌ ୩୩୦୦ GB FUP ଲିମିଟ୍‌ ସହିତ ଆସିଥାଏ ।

ଅନ୍ୟ ପଟେ ଜିଓ ଏୟାରଫାଇବର ୟୁଜରମାନେ FUP ଲିମିଟ ସହିତ ଏକ ମାସରେ ୧୦୦୦ ଜିବି ହାଇ ସ୍ପିଡ୍ ଡାଟାର ଲାଭ ପାଇବେ । ରିଲାଏନ୍ସ ଜିଓର ଏହି ପ୍ଲାନରେ ନେଟଫ୍ଲିକ୍ସ, ଜିଓ ସିନେମା ପ୍ରିମିୟମ ଏବଂ ଆମାଜନ ପ୍ରାଇମ ଭିଡିଓ ପରି ୧୫ ଟି OTT ଆପ୍ସକୁ ଜିଓ ଫାଇବର ଏବଂ ଏୟାର ଫାଇବର ୟୁଜରଙ୍କୁ ଫ୍ରି ଆକ୍ସେସ୍‌ ଦିଆଯିବ । ୮୮୮ ଟଙ୍କା ର ଏହି ପ୍ଲାନରେ ଜିଏସଟି ସାମିଲ କରାଯାଇଛି । ଅର୍ଥାତ୍ ଯେତେବେଳେ ଆପଣ ୮୮୮ ଟଙ୍କା ପ୍ଳାନ ରିଚାର୍ଜ କରିବେ, ସେତେବେଳେ ଆପଣଙ୍କୁ ୧୮ ପ୍ରତିଶତ ଜିଏସଟି ଚାର୍ଜ ଦେବାକୁ ପଡିବ । ୧୮ ପ୍ରତିଶତ ଜିଏସଟି ଚାର୍ଜ ପରେ ଏହି ପ୍ଲାନରେ ଆପଣଙ୍କୁ ୧୦୪୭.୮୪ ଟଙ୍କା ଏବଂ ୧୫୯.୮୪ ଟଙ୍କା ଜିଏସଟି ବାବଦରେ ଖର୍ଚ୍ଚ କରିବାକୁ ପଡ଼ିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.