ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏଭଳି ଅଘଟଣ ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ।

ମୃତକ ଗାଁର କିର୍ତ୍ତନ ବେହେରା ଗତକାଲି ରାତିରେ ପ୍ରବଳ ଗୁଳୁଗୁଳିରୁ ନିସ୍ଥାର ପାଇବାକୁ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏକାକି ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇଥିଲେ । ବିଳମ୍ବିତ ସମୟ ପର୍ଯ୍ଯନ୍ତ ଘରକୁ ନଫେରାବାରୁ ପରିବାରଲୋକେ ଖୋଜାଖୋଜି କରି ମୃତ ଦେହ ପାଣିରୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ପୋଲ ମୃତ ଦେହ ଜବଦ କରି ବ୍ୟବଚ୍ଛେଦ କରି ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.