ଏହି ସବୁ ଲାପଟପରେ ମିଳୁଛି ବଢ଼ିଆ ଡିସକାଉଣ୍ଟ, ୟୁଜର୍ସଙ୍କ ପାଇଁ ମିଳୁଛି ପତଳା ଏବଂ ଲାଇଟ୍ ୱେଟ ଅପ୍ସନ

ଯେତେବେଳେ ଆମେ ଲାପଟପ୍ କିଣିବାକୁ ପ୍ଲାନ୍ କରୁ ସେତେବେଳେ ପ୍ରଥମେ ଲାପଟପର ଡିଜାଇନ୍ ଏବଂ ଓଜନ ଦେଖିଥାଉ । ଅନେକ ଲୋକ ଥାଆନ୍ତି, ଯେଉଁମାନେ ଅଫିସକୁ ଲାପଟପ୍ ନେଇ ଯାଆନ୍ତି । ତେଣୁ ଏହାର ଓଜନ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କମ୍ ଓଜନର ଦାମୀ ଏବଂ ଶସ୍ତା ଲାପଟପ୍ ବିଷୟରେ ଜଣାଇବାକୁ ଯାଉଛୁ । ଯେଉଁ ଲାପଟପରେ ଆପଣଙ୍କୁ ଦମଦାର ଫିଚର୍ସ, ଷ୍ଟୋରେଜ୍ ଏବଂ ଭଲ ଡିଜାଇନ୍ ମିଳିବ ।
ASUS ExpertBook B1402 :
ଆପଣ ASUSର ଏହି ଲାପଟପ ଡିଜାଇନକୁ ବହୁତ ପସନ୍ଦ କରିବେ, ଆପଣ ଏଥିରେ ଏକରୁ ଅଧିକ ଫିଚର ପାଇବେ । ଏଥିରେ ଆପଣ ୪୮ GB ପର୍ଯ୍ୟନ୍ତ DDR4 RAM, ୫୧୨ GB ପର୍ଯ୍ୟନ୍ତ PCIe Gen ୧୨ , SSD ଷ୍ଟୋରେଜ୍ ଅପ୍ସନ ପାଇବେ । ଏଥିରେ ଆପଣ ୪୨ Whr ୩ ସେଲ୍ ବ୍ୟାଟେରୀ ପାଇବେ । ଏହା ଫୁଲ୍ ଚାର୍ଜ ହେଲେ ୭ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ ଦେଇଥାଏ । ୪୯ ମିନିଟରେ ଏହା ୬୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୁଏ । ଏହି ଲାପଟପର ଦାମ୍ ହେଉଛି ୩୬,୯୯୦ ଟଙ୍କା । ଆପଣ ଏହି ଲାପଟପକୁ ASUSର ଅଫିସିଆଲ୍ ୱେବସାଇଟ୍ ଏବଂ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରୁ କିଣିପାରିବେ ।
DELL Inspiron 5430 :
ଆପଣ ଏହି DELL ଲାପଟପକୁ ବଢ଼ିଆ ଡିସକାଉଣ୍ଟ ସହ କିଣିପାରିବେ । ୧୪.୧ ଇଞ୍ଚ ଡିସପ୍ଲେ ଥିବା ଏହି ଲାପଟପ୍ ପ୍ଲାଟିନମ୍ ସିଲଭର୍ କଭରରେ ଆସୁଛି । ତେବେ ଏହି ଲାପଟପ୍ ର ରିଏଲ୍ ପ୍ରାଇସ୍ ହେଉଛି ୧,୦୯,୯୯୯ ଟଙ୍କା । କିନ୍ତୁ ଆପଣ ଏହାକୁ ୨୫ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୮୨,୪୯୦ ଟଙ୍କାରେ କିଣି ପାରିବେ । ଯଦି ଆପଣ ଚାହିଁବେ ତେବେ ଏହି ଲାପଟପ୍ ଉପରେ ବ୍ୟାଙ୍କ ଅଫରର ଲାଭ ମଧ୍ୟ ଉଠାଇ ପାରିବେ । ଆପଣ HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ପେମେଣ୍ଟ କଲେ ଏହି ଲାପଟପରେ ୧୦ ପ୍ରତିଶତ ଡିସକାଉଣ୍ଟ ପାଇବେ ।
ASUS ExpertBook B1502 :
ପ୍ରୋଫେସନାଲ ଓ୍ଵାର୍କରଙ୍କୁ ଧ୍ୟାନରେ ରଖି ASUS କମ୍ପାନୀ ଏହି ଲାପଟପ୍ ଡିଜାଇନ୍ କରିଛି । ଏଥିରେ ଆପଣ ଏକ ୩-ସେଲ୍ ବ୍ୟାଟେରୀ ପାଇବେ ଯାହା ୪୨ Wh ଚାର୍ଜକୁ ସପୋର୍ଟ କରେ । ଏହି ଲାପଟପକୁ ଥରେ ଫୁଲ୍ ଚାର୍ଜ କଲେ ୭ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏହି ଲାପଟପ୍ ର ଦାମ ହେଉଛି ୩୬,୯୯୦ ଟଙ୍କା । ଆପଣ ASUSର ଅଫିସିଆଲ୍ ୱେବସାଇଟ୍ ଏବଂ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରୁ ଏହି ଲାପଟପ କିଣିପାରିବେ ।