ଫ୍ଲିପକାର୍ଟରେ ମିଳୁଛି ବଢ଼ିଆ ଅଫର, ୧୦ ହଜାର ଟଙ୍କାରେ ମିଳୁଛି POCOର ଏହି ସ୍ମାର୍ଟଫୋନ୍

ଫ୍ଲିପକାର୍ଟରେ POCO M6 Pro 5G ସ୍ମାର୍ଟଫୋନ୍ ଉପରେ ଏକ ବଡ଼ ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟରେ ଆପଣ ଲାଭ ଉଠାଇପାରିବେ । ଫ୍ଲିପକାର୍ଟରେ ଏହି ଫୋନର ରିଏଲ୍ ପ୍ରାଇସ୍ ୧୭ ହଜାର ଟଙ୍କା କିନ୍ତୁ ଏଥିରେ ୪୧ ପ୍ରତିଶତ ଡିସକାଉଣ୍ଟ ଦିଆଯାଉଛି, ଯାହା ପରେ ଆପଣଙ୍କୁ ଏହି ଫୋନ କେବଳ ୯,୯୯୯ ଟଙ୍କାରେ ମିଳିବ । ଯଦି ଆପଣ ମଧ୍ୟ ଏହି ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହି ଫୋନ ବିଷୟରେ ଡିଟେଲ୍ସରେ କହିବା ।
ସେଲଫି କ୍ୟାମେରା ପାଇଁ POCO M6 Pro 5G ର ଏକ ସେଣ୍ଟ୍ରାଲ୍ ପଞ୍ଚ୍ ହୋଲ୍ କ୍ୟାମେରା ଅଛି । ଏଥିରେ ଏକ ୬.୭୧ ଇଞ୍ଚର FHD ଡିସପ୍ଲେ ରହିଛି । ୯୦ Hz ରିଫ୍ରେସ୍ ରେଟ୍ ଦିଆଯାଇଛି । ଫୋନ୍ ୫୫୦ ନିଟ୍ ର ପିକ୍ ବ୍ରାଇଟନେସକୁ ସପୋର୍ଟ କରେ ।
ଫୋନର ରିୟର ସାଇଡରେ ୫୦ MP ପ୍ରାଇମେରୀ ସେନ୍ସର ଏବଂ ୨MPର ଡେପ୍ଥ ସେନ୍ସର ଅଛି । ଫ୍ରଣ୍ଟରେ ୮ MP ସେଲଫି କ୍ୟାମେରା ଅଛି । ପ୍ରାଇମେରୀ କ୍ୟାମେରା ଭଲ ଦିଆଯାଇଛି, ଯାହା କଲର୍ସ କ୍ୟାପଚର୍ କରିଥାଏ । କିନ୍ତୁ ରାତିରେ ଫଟୋଗୁଡ଼ିକ ଏତେ କ୍ଲିିୟର ଆସିନଥାଏ । ପୋଟ୍ରେଟ୍ ଲେନ୍ସ ମଧ୍ୟ ଭଲ ରହିଛି ।
ବ୍ୟାଟେରୀ
ପୋକୋ M6 Pro 5G ରେ ୫୦୦୦mAh ର ପାଓ୍ଵାରଫୁଲ୍ ବ୍ୟାଟେରୀ ଦିଆଯାଇଛି । ଏହି ଫୋନକୁ ନର୍ମାଲି ଆପଣ ଦିନସାରା ବ୍ୟବହାର କରିପାରିବେ । ଆପଣଙ୍କୁ ଫୋନ ବାରମ୍ବାର ଚାର୍ଜ କରିବାକୁ ପଡିବ ନାହିଁ । କିନ୍ତୁ ଚାର୍ଜିଂ ପାଇଁ କିଛି ସମୟ ଲାଗିଥାଏ । ଏଥିରେ ୨୨.୫ W ଚାର୍ଜର ଅଛି ଏବଂ ଫୋନ୍ ୧୮ W ଚାର୍ଜିଂ ସଲ୍ୟୁସନ୍ ସହିତ ଆସିଥାଏ । ଦୁଇ ଘଣ୍ଟା ମଧ୍ୟରେ ଫୋନ୍ ଫୁଲ୍ ଚାର୍ଜ ହୋଇପାରିବ ।