ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ: ଯୁଗଳ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼, ୪୦ ପ୍ଲାଟୁନ ଫୋର୍ସ ମୁତୟନ

ସମ୍ବଲପୁର/ ଚାନ୍ଦବାଲି (କେନ୍ୟୁଜ); ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ହେଉଛି ଶେଷ ଦିନ ।  ଗତକାଲି ବିଳମ୍ବିତ ରାତିରେ ଦେବ ଦମ୍ପତି ମହାପ୍ରଭୁ ମହାଦେବ ଏବଂ ଦେବୀ ପାର୍ବତୀ ଯୁଗଳ ଦର୍ଶନ ଦେଇଥିଲେ । ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବା ଶହ ନଗର ପରିକ୍ରମା କରିଥିଲେ ।  ରାତି ତମାମ ନନ୍ଦପଡାର ବମବରାଡ଼ ବାଲୁଙ୍କେଶ୍ୱର, ମୋଦିିପଡ଼ାର ଜାଗେଶ୍ୱର ବାବା ଓ ଝାଡୁଆପଡ଼ାର ଲୋକନାଥ ବାବାଙ୍କ ଯୁଗଳ ଦର୍ଶନ କରିଥିଲେ ଶ୍ରଦ୍ଧାଳୁମାନେ । ଯୁଗଳ ଦର୍ଶନ ଶୋଭାଯାତ୍ରାରେ ଅନେକ ସାଂସ୍କୃତିକ ଦଳ ମଧ୍ୟ ଭାଗ ନେଇଥିଲେ । ଭୋର ସମୟରେ ନଗର ପରିକ୍ରମା କିଛି ସମୟ ପାଇଁ ବନ୍ଦ ରହିବା ପରେ ପୁଣି ନଗର ପରିକ୍ରମା ପୁଣି ଆରମ୍ଭ ହେବ ଏବଂ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ଯାହାକୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।  ସୁରକ୍ଷା ପାଇଁ ସହରରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସକାଳୁ ସକାଳୁ ଭକ୍ତମାନେ ଯୁଗଳ ଦର୍ଶନ ପାଇଁ ବିଭିନ୍ନ ଛକ ମାନଙ୍କରେ ପହଞ୍ଚି ପୂଜାର୍ଚ୍ଚନା କରୁଥିବା ଦେଖା ଦେଇଛି ।

ସେହିପରି ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣୀ ପୀଠରେ ଧୁମଧାମରେ ମହାଦେବ ଓ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ପୂଜକ ପୁରୋହିତଙ୍କ ମନ୍ତ୍ର ପାଠ ଓ ବୈଦିକ ରିତିନୀତ ଅନୁସାରେ ଶିବ-ପାର୍ବତୀଙ୍କ ବିବାହ ହୋଇଛି। ହଜାର ହଜାର ଭକ୍ତଙ୍କ ହରିବୋଲ ଓ ହୁଳହୁଳିରେ କମ୍ପି ଉଠିଥିଲା ପରିବେଶ। ସକାଳୁ ହନୁମାନ ବରଧରା ସାଜି ଏକ ସୁସଜ୍ଜିତ ବିମାନରେ ବାହାରିଥିଲେ। ରାତିରେ ମହାଦେବ ତାଙ୍କର ମାତା କନକାଞ୍ଜଳି ବାନ୍ଧିବା ପରେ କନ୍ୟା ଘର ଅଭିମୁଖେ ବାହାରିଥିଲେ। ପହଣା ବସଷ୍ଟାଣ୍ଡରୁ ଆରମ୍ଭ ହୋଇଥିଲା ବରାନୁଗମନ ଶୋଭାଯାତ୍ରା । ଶୋଭାଯାତ୍ରାରେ ଦୁଲୁକିଥିଲା ଆରଡ଼ି ପୀଠ । ବରଯାତ୍ରୀରେ ସାମିଲ ହୋଇଥିଲେ ହଜାର ହଜାର ଭକ୍ତ। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ରାତିରେ ଜିଲ୍ଲାପାଳ ପହଁଚି ଶିବ ବିବାହ ଉତ୍ସବକୁ ଦେଖିଥିଲେ । ଦିନ ତମାମ ପୀଠରେ ଉପଜିଲ୍ଲାପାଳ, ଚାନ୍ଦବାଲି ବିଡିଓ, ତହସିଲଦାର ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ ।

Leave A Reply

Your email address will not be published.