ବିଦ୍ୟାଳୟରେ ଚାଲିଛି ନିମ୍ନ ମାନର କାମ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ ଗ୍ରାମବାସୀ

କାମାକ୍ଷାନଗର(କେନ୍ୟୁଜ): କେନ୍ଦ୍ର ସରକାର ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ନିମନ୍ତେ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କରୁଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି । କିନ୍ତୁ କିଛି ଅସାଧୁ ଠିକାଦାର ନିମ୍ନମାନର କାମ କରିବା ସାଙ୍ଗକୁ ପ୍ରବଳ ଖରାରେ ୧୨ଟା ପରେ ମଧ୍ୟ ଖଟୁଥିବା ଦେଖିବାକୁ ମିଳିଛି ।

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବିରିବୋଲେଇ ପଂଚାୟତ ସୋଲଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ନିର୍ମାଣ ଆରମ୍ଭରୁ ନିମ୍ନ ମାନର କାମ ହେଉଛି । ସିମେଣ୍ଟ କଂକ୍ରିଟ ଢଳେଇ ଫାଟିଥିବା .ଦେଖିବାକୁ ମିଳିଛି । ତା ସାଙ୍ଗକୁ ରାଡ଼ ,ବାଲି ସଠିକ ଭାବରେ ବ୍ୟବହାର କରାଯାଉ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ ବି କରିଛନ୍ତି ।

ଏପଟେ ଏହି କାମରେ ଅଣଓଡ଼ିଆ ଶ୍ରମିକ କାମ କରୁଥିବା ବେଳେ ସେମାନଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ମଧ୍ୟ କାମ କରିବାକୁ କୁହାଯାଉଛି । ଦିନ ୧୨ଟା ପରେ କାମରେ ଲଗାଯାଉଛି । ଶ୍ରମିକ ମାନେ ବାହାରୁ ଆସିଥିବାରୁ କାମ କରିବାକୁ ବାଧ୍ୟ ହେଉଛନ୍ତି । କଷ୍ଟ ଲାଗିଲେ ମଧ୍ୟ କାହାକୁ କିଛି କହିପାରୁ ନାହାନ୍ତି । କାରଣ କାମ ନକଲେ ମଜୁରୀ ଦେବନାହିଁ ଠିକାଦାର ।

ତେବେ ଏଭାଳିଆ ଖବର ଉପରେ ଗଣମାଧ୍ୟମ ପ୍ରତିନିଧି ଯାଇ ସ୍ଥିତି ପରଖିବାବେଳକୁ ଠିକା କମ୍ପାନୀର କର୍ମଚାରୀ ଅବାଧ୍ୟ ଯୁକ୍ତି କରୁଛନ୍ତି । କହୁଛନ୍ତି ୧୨ଟା ଯାଏ କାମ କରିହେବ ,ସରକାରଙ୍କ ନିୟମ କଣ ସେମାନେ ଜାଣନ୍ତି ନାହିଁ। ଖାଲି ଏତିକି ନୁହେଁ ନାଲି ଆଖି ମଧ୍ୟ ଦେଖାଉଥିବା ଅଭିଯୋଗ ହୋଇଛି । ଏପଟେ କିନ୍ତୁ ପ୍ରଜେକ୍ଟ ମ୍ୟାନେଜର କାମ ଠିକ ହେଉଥିବା କହିଛନ୍ତି । ତେବେ ଏଭଳିଆ ନିମ୍ନମାନର କାମ ହେଉଥିବା ଜାଣିବା ପରେ ସୋଲ ଗାଁର ଲୋକମାନେ ବିରୋଧ କରିବା ସାଙ୍ଗକୁ ଆଗକୁ ଏହାଉପରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

 

Leave A Reply

Your email address will not be published.