ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ପରେ ପାକିସ୍ତାନରୁ ଆସିଲା ଶୁଭେଚ୍ଛା ବାର୍ତ୍ତା, ଏମିତି ଲେଖିଲେ ପାକ୍‌ ପିଏମ୍‌ ଶେହବାଜ ସରିଫ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମଗ୍ର ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିଛନ୍ତି । ଜୁନ୍ ୪ରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ପରଠାରୁ ଦେଶ ଏବଂ ବିଦେଶରୁ ନେତାମାନେ ଏନ୍‌ଡିଏର ବିଜୟ ପାଇଁ ଅଭିନନ୍ଦନ ଜଣାଉଛନ୍ତି । ଏହାରି ଭିତରେ ପଡ଼ୋଶୀ ଦେଶ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ପିଏମ୍‌ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପାକ୍‌ ପ୍ରଧାନମନ୍ତ୍ରୀ ସରିଫ ସୋସିଆଲ ମିଡିଆରେ ଏ ନେଇ ଏକ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରିଛନ୍ତି । ସେ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଯେ ‘ଭାରତର ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କରିବା ପାଇଁ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ’ ।

କହି ରଖୁଛୁ, କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡ ବରାବର କରିନେଇଛନ୍ତି । ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ବିଶ୍ୱର ବିଭିନ୍ନ ଦେଶର ମୁଖ୍ୟ ତାଙ୍କୁ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି ।

ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ୨୦୨୪ ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ସଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଏବଂ ଏନ୍‌ଡିଏକୁ ଶୁଭେଚ୍ଛା । ସେ କହିଥିଲେ କି, ମୁଁ ଉଭୟ ଦେଶର ସମୃଦ୍ଧି ପାଇଁ ଏକାଠି କାମ କରିବାକୁ ଆଗ୍ରହୀ ।

ମୋଦି ସରକାରଙ୍କ ତୃତୀୟ ପାଳିରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୭୨, ଯେଉଁଥିରୁ ୩୦ ଜଣ ମନ୍ତ୍ରୀ କ୍ୟାବିନେଟର ଅଂଶ ହେବେ । ଏମାନଙ୍କ ବ୍ୟତୀତ ୫ ମନ୍ତ୍ରୀଙ୍କୁ ନିରପେକ୍ଷ ଦାୟିତ୍ୱ ଦିଆଯାଇଛି । ସେପଟେ ୩୬ ସାଂସଦଙ୍କୁ ରାଜ୍ୟ ମନ୍ତ୍ରୀ ପଦ ଦିଆଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ୩ୟ ଇନିଂସ ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

Leave A Reply

Your email address will not be published.