ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀ

ସଞ୍ଜୟ ଲୀଲା ଭଂସାଲୀଙ୍କ ସିରିଜ୍‌ ‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ରେ ଫରିଦାନଙ୍କ ଭୂମିକାରେ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବିବାହ କରିବାକୁ ଯାଉଛନ୍ତି । ତେବେ ରକୁଲ ପ୍ରୀତ ସିଂ ଏବଂ ତାପସୀ ପନ୍ନୁଙ୍କ ପରେ ବର୍ତ୍ତମାନ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ନିକଟରେ ଅଭିନେତ୍ରୀ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍’ ସୋ’ରେ ବିବାହ କରିବା ବିଷୟରେ କିଛି କହିଥିଲେ । ଯଦିଓ ସେ ଏ ବିଷୟରେ ଖୋଲାଖୋଲି କିଛି କହି ନାହାଁନ୍ତି, କିନ୍ତୁ ବର୍ତ୍ତମାନ ଏହା ନିଶ୍ଚିତ ହୋଇଛି ଯେ ୩୭ ବର୍ଷିୟ ସୋନାକ୍ଷୀ ବିବାହ କରିବା ପାଇଁ ରେଡି ହେଉଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି ।

ସୂଚନା ଅନୁଯାୟୀ, ସୋନାକ୍ଷୀ ସିହ୍ନା ତାଙ୍କ ବଏଫ୍ରେଣ୍ଡ ଜାହିର ଇକବାଲଙ୍କୁ ଜୁନ୍ ୨୩ ରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି । କୁହାଯାଉଛି ଯେ କେବଳ ବନ୍ଧୁ ଏବଂ ପରିବାର ବ୍ୟତୀତ ହୀରାମଣ୍ଡିଙ୍କ କାଷ୍ଟଙ୍କ ମଧ୍ୟ ତାଙ୍କ ବିବାହ ହେବ । ଏପରି ମଧ୍ୟ କୁହାଯାଉଛି ଯେ ବିବାହ ନିମନ୍ତ୍ରଣ କାର୍ଡ ମଧ୍ୟ ଡିଜାଇନ୍ କରାଯାଇଛି, ଯେଉଁଥିରେ ଲେଖା ଅଛି, ‘ଗୁଜବ ସତ୍ୟ।’ ଏଥିସହିତ ଗୁଜବ ରହିଛି ଯେ ଏହି ବିବାହ ମୁମ୍ବାଇରେ କରାଯିବ । କିନ୍ତୁ ଏପର୍ଯ୍ୟନ୍ତ ଅଭିନେତ୍ରୀ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ତେବେ ଜହିର ଇକବାଲ ଜଣେ ବିଜ୍‌ନେସ୍‌ମ୍ୟାନ୍‌ ଫ୍ୟାମିଲର । ତାଙ୍କ ପିତା ଇକବାଲ ରତାସୀ ଜଣେ ଜଣାଶୁଣା ଅଳଙ୍କାର ବ୍ୟବସାୟୀ । ଜହିରଙ୍କ ଫିଲ୍ମ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୨୦୧୯ରେ ଫିଲ୍ମ ‘ନୋଟବୁକ୍’ ସହିତ ଡେବ୍ୟୁ କରିଥିଲେ । ଏହା ସହ ସୋନାକ୍ଷୀ ପ୍ରଥମ ଥର ପାଇଁ ଫିଲ୍ମ ‘ଡବଲ୍ ଆକ୍ସେଲ’ରେ ଜହିରଙ୍କ ସହ କାମ କରିଥିଲେ । ତେବେ ଦୁହେଁ ପ୍ରଥମେ ସଲମାନ ଖାନଙ୍କ ଏକ ପାର୍ଟୀରେ ସାକ୍ଷାତ ହୋଇଥିଲେ । ଯାହା ପରେ ସେମାନେ ପ୍ରଥମେ ଫ୍ରେଣ୍ଡ ହେଲେ ଏବଂ ପରେ ପରସ୍ପରକୁ ଭଲ ପାଇଲେ । ଯଦିଓ ଏହି ଦମ୍ପତି ସର୍ବଦା ନିଜ ସମ୍ପର୍କକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖିଛନ୍ତି ।

Leave A Reply

Your email address will not be published.