ମହିଳାଙ୍କ ବେକ କାଟି ବୀଭତ୍ସ ହତ୍ୟା, ଥାନାରେ ଜ୍ୱାଇଁ ଅଟକ

ନୟାଗଡ (କେନ୍ୟୁଜ୍‌): ମହିଳାଙ୍କ ବେକ କାଟି ବୀଭତ୍ସ ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ନୟାଗଡ଼ ଜିଲ୍କା ରଣପୁର ଥାନା ଅନ୍ତର୍ଗତ କୋଟଣିଶିଳା ଗାଁରେ ଗତକାଲି ରାତିରେ ଘଟିଛି ଘଟଣା । ମୃତ ମହିଳା ହେଲେ ନମିତାରାଣୀ ବେହୁରା । ହତ୍ୟାକାଣ୍ଡର କାରଣ ଜଣା ପଡିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୁଚନା ଅନୁଯାୟୀ, ମୃତ ମହିଳାଙ୍କ ସ୍ବାମୀ ଶରତ ଚନ୍ଦ୍ର ବେହୁରା ନୁଆପଡାରେ ସିଆରପିଏଫରେ ଚାକିରି କରିଛନ୍ତି । ନମିତାଙ୍କ ବଡଝିଅ ଗାଁରେ ବାହା ହୋଇଥିବା ବେଳେ ଅନ୍ୟ ଜଣେ ଝିଅ ଏବଂ ପୁଅ ବାହାରେ ରୁହନ୍ତି । ନମିତା ଘରେ ଏକୁଟିଆ ରହୁଥିବାରୁ ଏହାର ସୁଯୋଗ ନେଇ ଗତକାଲି ରାତିରେ କେହି ତାଙ୍କର ଗଳା କାଟି ହତ୍ୟା କରିଛି । ଆଜି ସକାଳେ ଘରର କବାଟ ଖୋଲାଥିବା ଏବଂ ନମିତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ରଣପୁର ଥାନାଅଧିକାରୀ ଏବଂ ଶରଣକୂଳ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ମହିଳାଙ୍କ ଜ୍ୱାଇଁଙ୍କୁ ସନ୍ଦେହରେ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ଶରତ ଘରକୁ ଫେରିନଥିବାରୁ ଥାନାରେ ଏନେଇ କୌଣସି ଅଭିଯୋଗ ହୋଇନାହିଁ । ସାଇଣ୍ଟିଫିକ ଟିମ୍ ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି ।

Leave A Reply

Your email address will not be published.