ନିର୍ବାଚନ କମିଶନଙ୍କ ଘୋଷଣା: ୭ଟି ରାଜ୍ୟର ୧୩ ବିଧାନସଭା ଆସନରେ ହେବ ଉପନିର୍ବାଚନ, ଜୁଲାଇ ୧୦ରେ ଭୋଟ

ନିର୍ବାଚନ କମିଶନ ଦେଶର ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ଉପନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ନିର୍ବାଚନ କମିଶନ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ତାମିଲନାଡୁ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏହି ୧୩ ସିଟରେ ଉପନିର୍ବାଚନ ଲାଗି ଜୁଲାଇ ୧୦ରେ ଭୋଟ ଗ୍ରହଣ ହେବ ।

ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଜୁଲାଇ ୧୦ରେ ବିହାରର ୧, ପଶ୍ଚିମବଙ୍ଗର ୪, ତାମିଲନାଡୁର ୧, ମଧ୍ୟପ୍ରଦେଶର ୧, ଉତ୍ତରାଖଣ୍ଡର ୨, ପଞ୍ଜାବର ୧, ହିମାଚଳର ୩ ବିଧାନସଭା ଆସନରେ ମତଦାନ ହେବ । ନିର୍ବାଚନ କମିଶନଙ୍କ ଅନୁଯାୟୀ ଏହି ଆସନରେ ୧୪ ଜୁନରେ ବିଜ୍ଞପ୍ତି ଜାରି ହେବ । ନାମାଙ୍କନ ଭରିବାର ଶେଷ ତାରିଖ ୨୧ ଜୁନ୍ ରହିବ । ନାମାଙ୍କନ ଫେରାଇ ନେବାର ଶେଷ ତାରିଖ ୨୬ ଜୁନ୍ ପର୍ଯ୍ୟନ୍ତ ରହିବ । ଭୋଟିଂ ଜୁଲାଇ ୧୦ରେ ହେବ । ଫଳାଫଳ ଜୁଲାଇ ୧୩ରେ ଆସିବ ।

ପଶ୍ଚିମବଙ୍ଗର ମାନିକତଲା, ରାଣାଘାଟ ସାଉଥ, ବାଗଦା, ରାୟଗଂଜରେ ଉପନିର୍ବାଚନ ହେବ । ସେହିପରି ବିହାରର ରୁପୋଲୀ, ତାମିଲନାଡୁର ବିକ୍ରିବନ୍ଦୀ, ହିମାଚଳରେ ଦେହରା, ହମିରପୁର, ନାଲାଗଢରେ ନିର୍ବାଚନ ହେବ । ଉତ୍ତରାଖଣ୍ଡର ବଦ୍ରିନାଥ, ମେଙ୍ଗାଲୋର ଏବଂ ପଞ୍ଜାବର ଜଳନ୍ଧର େଓ୍ଵଷ୍ଟ ।

ସୂଚନାଯୋଗ୍ୟ, ଆଗାମୀ ଲୋକସଭା ନିର୍ବାଚନ ଏପ୍ରିଲ ୧୯ରେ ୨୧ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୯ଟି ଆସନରେ ମତଦାନ ହୋଇଥିଲା । ସେହିପରି ମେ’ ୭ ରେ ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟରେ ମତଦାନ ହୋଇଥିଲା । ଓଡ଼ିଶାରେ ମେ ୧୩ ଓ ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହୋଇଥିଲା ।

ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଓ ୨୯୩ ସିଟ ହାସଲ କରିଛି । ବିଜେପି ଏକୁଟିଆ ୨୪୦ ସିଟ୍‌ ପାଇଥିବା ବେଳେ ଅନ୍ୟ ସହଯୋଗୀ ଦଳ ସାମିଲ ହୋଇଛନ୍ତି । ମୋଦି ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ଜଣ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ରହିଛନ୍ତି। କ୍ୟାବିନେଟରେ ୯ଜଣ ନୂଆ ମୁହଁ ରହିଛନ୍ତି ।

Leave A Reply

Your email address will not be published.