କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ୩ ସାଂସଦଙ୍କୁ ନବୀନ ଜଣାଇଲେ ଶୁଭେଚ୍ଛା, ଧର୍ମେନ୍ଦ୍ରଙ୍କ ଧନ୍ୟବାଦ

ନବୀନଙ୍କ ଶୁଭେଛା, ଧର୍ମେନ୍ଦ୍ରଙ୍କ ଧନ୍ୟବାଦ । ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଥିବା ୩ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତେ ନିଜ ନିଜ ମନ୍ତ୍ରାଳୟରେ ଦେଶ ପାଇଁ ସଫଳତାର ସହ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ନବୀନ ।

ନବୀନଙ୍କୁ ଏହି ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଆପଣଙ୍କ ଭଳି ଜଣେ ରାଷ୍ଟ୍ରନେତାଙ୍କ ପ୍ରେରଣାଦାୟୀ ଶବ୍ଦ ଅନେକ କିଛି ତାତ୍ପର୍ଯ୍ୟ ରଖୁଛି । ଆଶା ଆକାଂକ୍ଷା ପୂର୍ଣ୍ଣ କରିବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ଆମେ ବଦ୍ଧ ପରିକର ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.