ଦିଲ୍ଲୀ ମେଟ୍ରାରେ ପିଟାପିଟି ହେଲେ ପ୍ରେମୀଯୁଗଳ

ଏହି ଭିଡିଓରେ ଭାଇରାଲ ହୋଇଥିବା ବେଳେ ଏହି ଯୁବକ ଯୁବତୀ କୌଣସି କଥାକୁ ଡ଼େଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆଉ ଯୁବତୀ ଜଣକ ହାତରେ କୌଣସି ଏକ ଜିନିଷରେ ଯୁବକଙ୍କୁ ପିଟୁଛନ୍ତି । ଆଉ ଉଭୟଙ୍କ କଥାବାର୍ତ୍ତାରୁ ଜଣାପଡ଼ୁଛି ଯେମିତି ଉଭୟ ପରସ୍ପର କପଲ୍‌ ।

ସବୁବେଳେ ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଦିଲ୍ଲୀ ମେଟ୍ରୋରେ କେତେ ବେଳେ ନାଚୁଥିବାର ଭିଡିଓ ଭାଇରାଲ ହେଉଛି ତ କେତେବେଳେ ଲୋକମାନେ ସିଟ୍‌ ପାଇଁ ଝଗଡ଼ା କରୁଥାଆନ୍ତି ଆଉ କେତେବେଳେ ଅଶାଳୀନ ବ୍ୟବହାର ପାଇଁ ଝଗଡ଼ା ଲାଗିଥାଆନ୍ତି । ଲୋକେ ଦିଲ୍ଲୀ ମେଟ୍ରୋରେ ଅନେକ ଥର ଏହି ଭିଡିଓ ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ପୁଣି ଜଣେ ଯୁବତୀ ଏବଂ ଜଣେ ଯୁବକ ମଧ୍ୟରେ ଝଗଡ଼ା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଭାଇରାଲ ହୋଇଥିବା ବେଳେ ଏହି ଯୁବକ ଯୁବତୀ କୌଣସି କଥାକୁ ଡ଼େଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଆଉ ଯୁବତୀ ଜଣକ ହାତରେ କୌଣସି ଏକ ଜିନିଷରେ ଯୁବକଙ୍କୁ ପିଟୁଛନ୍ତି । ଆଉ ଉଭୟଙ୍କ କଥାବାର୍ତ୍ତାରୁ ଜଣାପଡ଼ୁଛି ଯେମିତି ଉଭୟ ପରସ୍ପର କପଲ୍‌ । ଯୁବତୀ ଜଣକ ମାଡ଼ରେ ଯୁବକ ଜଣକ କହୁଛନ୍ତି ହାତ କମ୍‌ ଉଠାଅ ଏଇଟା ପବ୍ଲିକ୍‌ ପ୍ଲେସ୍‌ । ପୁଣି କହୁଛନ୍ତି ଏଠାରୁ ଚାଲିଯାଅ। ହେଲେ ଯୁବତୀ ଜଣକ ପୁଣି ଫେରି ଆସି ତାଙ୍କୁ ପିଟିବାକୁ ଲାଗୁଛନ୍ତି । ପୁଣି ଯୁବତୀ ଜଣକ କହୁଛନ୍ତି ଲୋକମାନେ ଅଛନ୍ତି ସମ୍ମାନ ଦେବା ଶିଖ । ଏହାପରେ ଯୁବକ ଜଣକ ସେହି ଯୁବତୀଙ୍କୁ ଚାପୁଡ଼ା ମାରିଥିଲେ । ପୁଣି ଯୁବତୀ ଜଣକ କହୁଛନ୍ତି ମମିକୁ କହିବି ତୁବ ପରି ପୁଅ କାହାକୁ ନମିଳୁ । ମୋ ଜୀବନରେ ମୃତ୍ୟୁ ଆସିଛି । ଏଠାରୁ ପଳାଇଯା..। ଏହା କରହି ଯୁବତୀ ଜଣକ ଆହୁରୀ ଜୋରରେ ମାରିବାକୁ ଲାଗିଲେ । ଷ୍ଟେସନରେ ଟ୍ରେନରୁ ଓହ୍ଲାଇବା ପୂର୍ବରୁ ଏହା କିଛି ସମୟ ପାଇଁ ଜାରି ରହିଥାଏ । ତେବେ ମେଟ୍ରାରେ ବସିଥିବା ବ୍ୟକ୍ତି ଯୁବକ ଯୁବତୀଙ୍କର ଝଗଡ଼ାର ଭିଡିଓ କରିଥିଲେ । ଯାହାପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଥିଲା ।

ଏହା ପୂର୍ବରୁ ଦିଲ୍ଲୀ ମେଟ୍ରୋରେ ଅନେକ ଭିଡିଓ ଭାଇରାଲ୍‌ ହୋଇଥିଲା । ଏକାଧିକ ଲୋକ ଟ୍ୱିଟରରେ ଏହି ଭିଡିଓ ସେୟାର କରିଥିବାବେଳେ ଗତ ତିନି ଦିନ ମଧ୍ୟରେ ଗୋଟିଏ ପୋଷ୍ଟକୁ ପ୍ରାୟ ୩ ଲକ୍ଷ ଥର ଦେଖାଯାଇଛି । କେହି କେହି ମନ୍ତବ୍ୟ ବିଭାଗରେ କହିଛନ୍ତି ଯେ ଲଢ଼େଇ ସ୍କ୍ରିପ୍ଟ ଭଳି ଦେଖାଯାଉଛି ।କିଛି ଉପଭୋକ୍ତା ଏହି ଭିଡିଓକୁ ପରିହାସ କରି ଏହାକୁ ଏକ “ଦମ୍ପତି ଲଢ଼େଇ” ଏବଂ “ବଣୁଆ ପ୍ରେମ” ବୋଲି କହିଥିବା ବେଳେ କେହି କେହି ସୋସିଆଲ ମିଡିଆରେ ଧ୍ୟାନ ଦେବା ଏବଂ ଏପରି ଆଚରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଷଡଯନ୍ତ୍ର ବୋଲି କହିଥିଲେ ।

ଅଡିଓଟି ସ୍ପଷ୍ଟ ହୋଇନଥିବା ବେଳେ ମହିଳା ଜଣକ କିଣିଥିବା ଟି-ସାର୍ଟକୁ ପୁରୁଷ ନାପସନ୍ଦ କରିବା ପରେ ଯୁକ୍ତି ଆରମ୍ଭ ହୋଇଥିବା ଜଣାପଡିଛି । ମହିଳା ଜଣକ ଶୁଣିବାକୁ ମିଳୁଛି ଯେ ଏହା ଏକ ଜାରା ଟି-ସାର୍ଟ ଯାହା ସେ ୧୦୦୦ଟଙ୍କାରେ କିଣିଛନ୍ତି, ପୁରୁଷ ଜଣକ କହିଛନ୍ତି ଯେ ଏହାର ମୂଲ୍ୟ ୧୫୦ ଟଙ୍କାରୁ ଅଧିକ ନୁହେଁ । ଯାହାଫଳରେ ଉଭୟଙ୍କ ମଧ୍ୟରେ ଏହି ଯୁକ୍ତି ଆରମ୍ଭ ହୋଇଥିଲା।

ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ର କେବେ ଏବଂ କେଉଁ କରିଡରରେ ଏହି ସୁଟିଂ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।”ଯେତେବେଳେ ଯାତ୍ରୀମାନେ ସର୍ବସାଧାରଣ ପରିବହନ ବ୍ୟବହାର କରନ୍ତି ସେତେବେଳେ ଦାୟିତ୍ୱ ବୋଧ ଆଚରଣ କରିବା ଉଚିତ୍। ଏପରି ବ୍ୟବହାର ଯାହା ସହକର୍ମୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ ବୋଲି DMRC ସୂତ୍ରରୁ ପ୍ରକାଶ ହୋଇଛି ।