କେଶ ଝଡ଼ିବା ଯୋଗୁ ଚିନ୍ତିତ କି ? ବ୍ୟବହାର କରନ୍ତୁ ଏହି ମାସ୍କ

ଲୋକଙ୍କ ପରିବର୍ତ୍ତିନ ହେଉଥିବା ଲାଇଫ୍‌ ଷ୍ଟାଇଲ୍‌, ବାୟୁ ପ୍ରଦୂଷଣ ଏବଂ ଖରାପ ଖାଇବା ଅଭ୍ୟାସ ମଧ୍ୟ ଆମ କେଶକୁ ପ୍ରଭାବିତ କରିଥାଏ । କେଶ ଝଡ଼ିବା ଲୋକମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ କରିଦିଏ । ଏପରି ପରିସ୍ଥିତିରେ ଲୋକମାନେ କେଶ ବଢିବା ପାଇଁ ଦାମୀ ଜିନିଷ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ତେବେ ଆପଣଙ୍କ କେଶକୁ ମଜବୁତ କରିବା ପାଇଁ ଆପଣ କେମିକାଲ ପ୍ରଡକ୍ଟ ବଦଳରେ ଘରୋଇ ଉପଚାର ଗ୍ରହଣ କରିପାରିବେ ।

ଆଜିକାଲି କେଶ ଝଡ଼ିବା ଅତି ସାଧାରଣ ହୋଇଗଲାଣି । ଲୋକଙ୍କ ପରିବର୍ତ୍ତିନ ହେଉଥିବା ଲାଇଫ୍‌ ଷ୍ଟାଇଲ୍‌, ବାୟୁ ପ୍ରଦୂଷଣ ଏବଂ ଖରାପ ଖାଇବା ଅଭ୍ୟାସ ମଧ୍ୟ ଆମ କେଶକୁ ପ୍ରଭାବିତ କରିଥାଏ । କେଶ ଝଡ଼ିବା ଲୋକମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ କରିଦିଏ । ଏପରି ପରିସ୍ଥିତିରେ ଲୋକମାନେ କେଶ ବଢିବା ପାଇଁ ଦାମୀ ଜିନିଷ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ତେବେ ଆପଣଙ୍କ କେଶକୁ ମଜବୁତ କରିବା ପାଇଁ ଆପଣ କେମିକାଲ ପ୍ରଡକ୍ଟ ବଦଳରେ ଘରୋଇ ଉପଚାର ଗ୍ରହଣ କରିପାରିବେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହା ଆପଣଙ୍କ କେଶ ଝଡ଼ିବା କମାଇବ । ତେବେ ଆପଣ ନିଜ କେଶରେ ମୁଲେଠି ବ୍ୟବହାର କରିପାରିବେ । ଏହା ଏକ ଆୟୁର୍ବେଦ ଜିନିଷ । ଯାହା ଆପଣଙ୍କ କେଶ ଝଡିବା କମ୍‌ କରିଥାଏ ।

ମୁଲେଠି କେଶ ପାଇଁ ଲାଭଦାୟକ :
କେଶ ପାଇଁ ମୁଲେଠି ବହୁତ ଭଲ ବୋଲି ବିବେଚନା କରାଯାଏ । ମୁଲେଠି ପାଉଡରରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣଗୁଡିକ ରୁପି ଏବଂ ଅନ୍ୟାନ୍ୟ ଇନ୍‌ଫେକ୍ସନ୍‌କୁ କମ୍‌ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯାହା ଫଳରେ ଆପଣଙ୍କ କେଶ ଲମ୍ବା ହୋଇଥାଏ ଏବଂ ଭଲ ରହିଥାଏ । ଏଥିରେ ଫସଫରସ୍, ସୋଡିୟମ୍, କ୍ୟାଲସିୟମ୍, ଆଇରନ୍, ମାଙ୍ଗାନିଜ୍, ଜିଙ୍କ ଏବଂ ନାଇଟ୍ରୋଜେନ୍ ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ମୁଲେଠିରେ ଏକ ବାୟୋ ଆକ୍ଟଭି ଯୌଗିକ ଥାଏ ଯାହା କେଶ ପାଇଁ ଲାଭଦାୟକ ହୋଇଥାଏ ।

ହେୟାର ମାସ୍କ ପାଇଁ ଉପାଦାନ :
ତେବେ ଏଥିରେ ହେୟାର ମାସ୍କ ତିଆରି କରିବା ପାଇଁ ୬ଟି ଛୋଟ ପାତ୍ର ଦହି, ୨ ଚାମଚ ମୁଲେଠି ପାଉଡର, ଅଧା କଦଳୀ, ୨ ଚାମଚ ହେନା ପାଉଡର । ଏହି ସମସ୍ତ ଜିନିଷକୁ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।

କେଶକୁ ଲମ୍ବା କରିବା ପାଇଁ ମୁଲେଠି କିପରି ବ୍ୟବହାର କରିବେ ?
କେଶକୁ ମଜବୁତ କରିବା ପାଇଁ ଏକ ଚାମଚ ମୁଲେଠି ପାଉଡର, ଅଧା କଦଳୀ, ୨ ଚାମଚ ହେନା ପାଉଡର ମିଶାନ୍ତୁ । ଏହା ପରେ ଦେଖିବେ ଆପଣଙ୍କ ହେୟାର ପ୍ୟାକ୍ ପ୍ରସ୍ତୁତ ହୋଇଯିବ । ବର୍ତ୍ତମାନ ଏହି ମାସ୍କକୁ ଆପଣ କେଶରେ ଲଗାନ୍ତୁ । ଏହାକୁ କେଶରେ ଅତି କମରେ ୩୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ତେବେ ଏହାକୁ ସପ୍ତାହରେ ଥରେ କିମ୍ବା ଦୁଇଥର ପ୍ରୟୋଗ କରନ୍ତୁ । ଦେଖିବେ ଆପଣଙ୍କ କେଶର ଅନେକ ସମସ୍ୟା ଦୂର ହୋଇଯିବ ।

Leave A Reply

Your email address will not be published.