BSF ରେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ବର୍ଡର ସିକ୍ୟୁରିଟି ଫୋର୍ସ(BSF) ରେ ଚାକିରି କରିବାର ସୁଯୋଗ । ଏଠାରେ ୧୪୧ କନଷ୍ଟେବଳ ପଦବୀ ଖାଲିପଡିଛି । ପାରାମେଡିକାଲ ଷ୍ଟାଫ, ଭେଟେନାରୀ ଷ୍ଟାଫ ଲାଇବ୍ରେରିଆନ, ଏସଆଇ, ଏଏସଆଇ ପଦବୀରେ ହେବ ।

ବର୍ଡର ସିକ୍ୟୁରିଟି ଫୋର୍ସ(BSF) ରେ ଚାକିରି କରିବାର ସୁଯୋଗ । ଏଠାରେ ୧୪୧ କନଷ୍ଟେବଳ ପଦବୀ ଖାଲିପଡିଛି । ପାରାମେଡିକାଲ ଷ୍ଟାଫ, ଭେଟେନାରୀ ଷ୍ଟାଫ ଲାଇବ୍ରେରିଆନ, ଏସଆଇ, ଏଏସଆଇ ପଦବୀରେ ହେବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ rectt.bsf.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୪୧

ସବ ଇନ୍ସପେକ୍ଟର ଏସଆଇ ଷ୍ଟାଫ ନର୍ସ : ୧୪
ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ଏଏସଆଇ ଲାବ ଟେକ୍‌: ୩୮
ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର(ଏଏସଆଇ ଫିଜିଓଥେରାପିଷ୍ଟ): ୪୭
ଏସଏମଟି ଓ୍ଵାର୍କସପ୍‌ ଗ୍ରୁପ ବି : ୩
ଏସଏମଟି ଓ୍ଵାର୍କସପ୍‌ ଗ୍ରୁପ ସି: ୩୪
ଭେଟ୍‌ ଷ୍ଟାଫ ଗ୍ରୁପ ସି: ୩
ଭେଟ ଷ୍ଟାଫ ଇନ୍ସପେକ୍ଟର ଲାଇବ୍ରେରିଆନ୍‌: ୨

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଜୁନ୍‌ ୧୭ ଯାଏ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ +୨ ପାସ୍‌ କରିଥିବା ଜରୁରୀ । ଏହାଛଡା ମେଡିକାଲ ଲାବ୍ରୋଟୋରୀ ଟେକ୍ନୋଲୋଜିରେ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୦ ରୁ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ବିଏସଏଫ ଲିଙ୍କରେ କ୍ଲିକ୍‌ କରି ହୋମପେଜକୁ ଯାଇ ସମସ୍ତ ବିବରଣୀ ଦେବାକୁ ହେବ ।
ଏହାପରେ ସବମିଟ୍‌ ବଟନ କ୍ଲିକ୍‌ କରି ଆପ୍ଲିକେସନ ଫର୍ମ ଭରିବାକୁ ହେବ ।
ସମସ୍ତ ଦସ୍ତାବିଜ ଭରିବା ପରେ ସବମିଟ୍‌ କରି ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ କାଢି ରଖିବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Leave A Reply

Your email address will not be published.