୨୬ରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳାଫଳ

ଆସନ୍ତା ୨୬ରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳାଫଳ । ଏକା ସଙ୍ଗେ ପ୍ରକାଶ ପାଇବ କଳା, ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ। ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । www.orissaresults.nic.inରେ ଉପଲବ୍ଧ ହେବ ଫଳାଫଳ । CHSE ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତା ୨୬ରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳାଫଳ । ଏକା ସଙ୍ଗେ ପ୍ରକାଶ ପାଇବ କଳା, ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ। ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । www.orissaresults.nic.inରେ ଉପଲବ୍ଧ ହେବ ଫଳାଫଳ । CHSE ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି ।

ତେବେ ଗତ ଫେବ୍ରୁଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । CHSE ପକ୍ଷରୁ ଆଜି ସୂଚନା ଦିଆଯାଇଛି ଯେ, ଆସନ୍ତା ୨୬ରେ +୨ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ଛାତ୍ରଛାତ୍ରୀମାନେ ସେମାନଙ୍କର HS School e-space ଓ Digilockerରୁ ମଧ୍ୟ ଫଳାଫଳ ପାଇପାରିବେ ।

Leave A Reply

Your email address will not be published.