Below header

ବିପଦରୁ ମୁକ୍ତି ପାଇବାକୁ ଚାହୁଁଥିଲେ ହନୁମାନ ଜୀଙ୍କୁ ଲଗାନ୍ତୁ ଏହି ଭୋଗ, ଦୂର ହେବ ଅନେକ ସମସ୍ୟା

ବିଭିନ୍ନ ଉପାୟରେ ହନୁମାନଙ୍କୁ ପୂଜା କରାଯାଏ । ସଂକଟ ମୋଚନ ଭାବେ ହନୁମାନ ଜୀ ଭକ୍ତଙ୍କ ଦୁଃଖ ଓ ସମସ୍ୟାକୁ ଦୂର କରନ୍ତି । ଯଦି କେହି ବିପଦରେ ପଡ଼ନ୍ତି ତେବେ ସେମାନେ ପ୍ରଥମେ ହନୁମାନ ଜୀଙ୍କୁ ସ୍ମରଣ କରନ୍ତି ।

ଆମ ଦେଶରେ ହନୁମାନ ଜୀଙ୍କର ଅନେକ ଭକ୍ତ ଅଛନ୍ତି । ବିଭିନ୍ନ ଉପାୟରେ ହନୁମାନଙ୍କୁ ପୂଜା କରାଯାଏ । ସଂକଟ ମୋଚନ ଭାବେ ହନୁମାନ ଜୀ ଭକ୍ତଙ୍କ ଦୁଃଖ ଓ ସମସ୍ୟାକୁ ଦୂର କରନ୍ତି । ଯଦି କେହି ବିପଦରେ ପଡ଼ନ୍ତି ତେବେ ସେମାନେ ପ୍ରଥମେ ହନୁମାନ ଜୀଙ୍କୁ ସ୍ମରଣ କରନ୍ତି । ବିଶ୍ୱାସ କରାଯାଏ ଯେ ଯଦି କୌଣସି ବ୍ୟକ୍ତି ବଡ ଅସୁବିଧାରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ସେ ହନୁମାନ ଜୀଙ୍କୁ ପୂଜା କରନ୍ତି । କିନ୍ତୁ ଆପଣ ଯଦି ହନୁମାନ ଜୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ କିଛି ବିଶେଷ ଜିନିଷକୁ ଭୋଗ ଲଗାନ୍ତୁ । ଏହି ବିଶେଷ ଜିନିଷକୁ ଭୋଗ ଲଗାଇଲେ ହନୁମାନ ଜୀ ପ୍ରସନ୍ନ ହୋଇ ଭକ୍ତଙ୍କ ଦୁଃଖକୁ ଦୂର କରନ୍ତି । ଏମିତିରେ ସମସ୍ତ ଭଗବାନଙ୍କ ନିକଟରେ ଭୋଗ ଲଗାଯାଏ । କିନ୍ତୁ ହନୁମାନ ଜୀଙ୍କୁ କିଛି ଖାସ୍‌ ଭୋଗ ଲଗାଇଲେ ଆପଣଙ୍କର ଅନେକ ସମସ୍ୟା ଦୂର ହେବ ।

ହନୁମାନଙ୍କୁ ପୂଜା କରିବା ସମୟରେ ଗୁଡ଼ ଏବଂ ଚଣାକୁ ଅର୍ପଣ କରନ୍ତୁ । ଏହାକୁ ଭୋଗ ଲଗାଇଲେ ଆପଣଙ୍କର ମଙ୍ଗଳ ହେବ । ହନୁମାନ ଜୀଙ୍କୁ ଗୁଡ଼ ଏବଂ ଚଣା ପ୍ରସାଦ ଭାବେ ଅର୍ପଣ କରିବା ଦ୍ୱାରା ମଙ୍ଗଳ ଦୋଷରୁ ମୁକ୍ତି ମିଳିଥାଏ । ପ୍ରତି ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ଜୀଙ୍କୁ ଗୁଡ଼ ଏବଂ ଚଣା ଅର୍ପଣ କରିବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣଙ୍କ ଜୀବନରେ ସୁଖ ବଢ଼ିଯିବ ।

ହିନ୍ଦୁ ଧର୍ମରେ ପୂଜା ସମୟରେ ଅନେକ ଦେବତା ଏବଂ ଦେବୀଙ୍କୁ ନଡ଼ିଆ ଅର୍ପଣ କରାଯାଇଥାଏ । କିନ୍ତୁ ସମସ୍ତ ଦେବତା ଏବଂ ଦେବୀଙ୍କୁ ନଡ଼ିଆ ଅର୍ପଣ କରିବାର ନିୟମ ଅଲଗା ରହିଛି । ଅନେକ ଭଗବାନଙ୍କୁ ପୂରା ନଡ଼ିଆ ଭୋଗ ଭାବେ ଅର୍ପଣ କରାଯାଏ ତ କିଛି ଭଗବାନଙ୍କୁ ନଡ଼ିଆ ଭାଙ୍ଗି ଭୋଗ ଲଗାଯାଏ । ବିଶ୍ୱାସ ଅନୁଯାୟୀ ହନୁମାନଜୀଙ୍କୁ ନଡ଼ିଆ ଅର୍ପଣ କରିବା ପୂର୍ବରୁ ଏଥିରେ ସିନ୍ଦୁର ଓ ନାଲି କପଡ଼ା ବାନ୍ଧି ଅର୍ପଣ କରନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଆର୍ଥିକ ସଙ୍କଟ ଏବଂ ଦାରିଦ୍ର୍ୟରୁ ମୁକ୍ତି ମିଳିବ ।

ଯଦି ଆପଣଙ୍କ ଜୀବନରେ କୌଣସି ଏକ ବଡ଼ ସଙ୍କଟ ରହିଛି କିମ୍ବା ଆପଣଙ୍କର ବଡ଼ କାର୍ଯ୍ୟର ସମାଧାନ ହୋଇପାରୁନି । ତେବେ ଆପଣ ଏଥିପାଇଁ ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଆନ୍ତୁ । ଏଠାରେ ହନୁମାନ ଜୀଙ୍କୁ ପୂଜା କରିବା ପରେ ପାନ ପତ୍ର ଅର୍ପଣ କରନ୍ତୁ । ବିଶ୍ୱାସ କରାଯାଏ ଯେ ଏହାକୁ ଅର୍ପଣ କରିବା ଦ୍ୱାରା ଲୋକମାନଙ୍କର ଅଟକି ରହିଥିବା କାର୍ଯ୍ୟ ଠିକ୍‌ ହୋଇଯାଏ ।

ହନୁମାନ ଜୀ ଲଡୁକୁ ବହୁତ ଭଲ ପାଆନ୍ତି । ଯଦି ଜଣେ ବ୍ୟକ୍ତି ମଙ୍ଗଳବାର ଦିନ ହନୁମାନ ଜୀଙ୍କୁ ପୂଜା କରିବା ପରେ ଲଡୁ ଅର୍ପଣ କରନ୍ତି, ତେବେ ସେହି ବ୍ୟକ୍ତିଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ ।

ହନୁମାନ ଜୀଙ୍କୁ କେସର ଭାତ ଅର୍ପଣ କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୁଏ । ଯଦି ଆପଣ ମଧ୍ୟ ହନୁମାନ ଜୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ହନୁମାନ ଜୀଙ୍କ ନିକଟରେ ଏହି ସବୁ ଜିନିଷକୁ ଭୋଗ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ଜୀବନର ଅନେକ ସମସ୍ୟା ଦୂର ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.