ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ, ଜାଣନ୍ତୁ ଏହାର ପୂଜା ଓ ଉପବାସ ବିଧି

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ଆଜିର ଦିନରେ ପୁରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ନୃସିଂହ ଜନ୍ମୋତ୍ସୋବ ପାଳନ କରାଯାଏ । ଆଜି ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ପାଳନ ହେବାସହ ରଥଖଳାରେ ଦୁଇଦୁଇଟି ଅନନ୍ୟ ପରମ୍ପରା ସମ୍ପାଦିତ ହେବ । ଏହି ଦିନ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ବ୍ରତ ପାଳନ କରିବାର ମଧ୍ୟ ଅନନ୍ୟ ପରମ୍ପରା ରହିଛି ।

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ଆଜିର ଦିନରେ ପୁରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ନୃସିଂହ ଜନ୍ମୋତ୍ସୋବ ପାଳନ କରାଯାଏ । ଆଜି ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ପାଳନ ହେବାସହ ରଥଖଳାରେ ଦୁଇଦୁଇଟି ଅନନ୍ୟ ପରମ୍ପରା ସମ୍ପାଦିତ ହେବ । ଆଜିର ଏହି ପବିତ୍ର ତିଥିରେ ରୂପକାରମାନଙ୍କ ଦ୍ୱାରା କୋଣଗୁଜ ଅନୁକୂଳ ହେବାକୁ ଥିବା ବେଳେ ଭୋଇ ସେବକଙ୍କ ଦ୍ବାରା ଜନ୍ତାଗାଢ ଖୋଳାଯିବ। ଆସନ୍ତାକାଲି ତୁମ୍ଭରେ ଅର ସଂଯୋଗ ପାଇଁ ଭୋଇ ସେବକଙ୍କ ଦ୍ୱାରା ସିଙ୍ଗଡା ବାଡିଆ ଯିବ । ଅନ୍ୟପଟେ ରଥନିର୍ମାଣର ୧୨ ଦିନରେ ରଥନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଜାରି ରହିଛି ।

ବ୍ରହ୍ମାଣ୍ଡର ରକ୍ଷକ ତଥା ସମଗ୍ର ଜଗତର ପ୍ରଭୁ ନରସିଂହଙ୍କ ଅବତାରକୁ ତାଙ୍କ ଭକ୍ତ ପ୍ରହ୍ଲାଦଙ୍କୁ ଅସୁର ହିରଣ୍ୟକଶ୍ୟପୁଠାରୁ ରକ୍ଷା କରିଥିଲେ । ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ନରସିଂହ ଅବତାର ହେଉଛି ଚତୁର୍ଥ ଅବତାର । ନର ଓ ସିଂହର ମିଶ୍ରଣକୁ ନୃସିଂହ କୁହାଯାଏ । ସିଂହର ମସ୍ତକ ଓ ମନୁଷ୍ୟ ଶରୀର ଧାରଣ କରି ନୃସିଂହ ଭଗବାନ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ଆବିର୍ଭାବ ହୋଇଥିଲେ । ଭକ୍ତ ପ୍ରହ୍ଲାଦଙ୍କୁ ନିର୍ଯାତନା ମୁକ୍ତ କରିବା ପାଇଁ ନୃସିଂହ ରୂପରେ ସ୍ତମ୍ଭରୁ ବାହାରି ରାଜା ହିରଣ୍ୟକଶ୍ୟପୁକୁ ବଧ କରିଥିବାର ବର୍ଣ୍ଣନା ରହିଛି ।

ଭଗବାନ ନରସିଂହ ଶକ୍ତି ଏବଂ ପରାକ୍ରମର ଦେବତା, ସେ ଶତ୍ରୁମାନଙ୍କର ବିନାଶକାରୀ ଭାବରେ ଜଣାଶୁଣା । ଏହି ବିଶେଷ ଦିନରେ ଭଗବାନ ନରସିଂହ ଜୀଙ୍କୁ ପୂଜା କରାଯାଏ । ପ୍ରଭୁ ନରସିଂହଙ୍କୁ ପୂଜା କରିବା ଦ୍ୱାରା ସମସ୍ତ କଷ୍ଟ ତଥା ଅସୁବିଧାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ଏହି ଦିନ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ବ୍ରତ ପାଳନ କରିବାର ମଧ୍ୟ ଅନନ୍ୟ ପରମ୍ପରା ରହିଛି ।

ତେବେ ଆସନ୍ତୁ ଜାଣିବା କିପରି ପାଳନ କରିବେ ନୃସିଂହ ଚତୁର୍ଦ୍ଦଶୀ:
ଏକାଦଶୀ ବ୍ରତ ଉପବାସ ବିଧି ଭଳି ନୃସିଂହ ଚତୁର୍ଦ୍ଦଶୀ ପାଳନ କରାଯାଏ । ନୃସିଂହ ଜୟନ୍ତୀର ଦିନକ ପୂର୍ବରୁ ବ୍ରତଧାରୀମାନେ ଦିନରେ ମାତ୍ର ଥରେ ଖାଦ୍ୟ ଗ୍ରହଣ କରନ୍ତି । ସମସ୍ତ ପ୍ରକାର ଶସ୍ୟ ସେବନକୁ ଏହି ବ୍ରତରେ ବାରଣ କରାଯାଇଛି । ନୃସିଂହ ଜୟନ୍ତୀରେ ଭକ୍ତମାନେ ମଧ୍ୟାହ୍ନରେ ସଂକଳ୍ପ କରନ୍ତି ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ବିଧିବିଧାନ ଅନୁସାରେ ଶ୍ରୀନୃସିଂହଙ୍କଠାରେ ପୂଜାର୍ଚ୍ଚନା କରନ୍ତି ।

ବିଶ୍ୱାସ ରହିଛି, ପ୍ରଭୁ ଶ୍ରୀନୃସିଂହ ସୂର୍ଯ୍ୟାସ୍ତ ସମୟରେ ଦର୍ଶନ ଦେଇଥିଲେ । ରାତିରେ ଉଜାଗର ରହି ସକାଳ ପର୍ଯ୍ୟନ୍ତ ପୂଜା କରିବାର ବିଧି ରହିଛି। ଜୟନ୍ତୀ ପରଦିନ ଅର୍ଥାତ ଚତୁର୍ଦ୍ଦଶୀ ତିଥି ସମାପ୍ତ ହେବା ପରେ ତଥା ବିସର୍ଜନ ପୂଜା ପରେ ଉପବାସ ଭଙ୍ଗ କରିବା ସହିତ ବ୍ରାହ୍ମଣଙ୍କୁ ଦାନ ଦିଆଯାଏ । ଏହି ଦିନ ନୃସିଂହ ବ୍ରତ ପାଳନ କଲେ ଦୀର୍ଘାୟୁ, ଧନ, ଐଶ୍ୱର୍ଯ୍ୟ ଏବଂ ମହିଳାମାନଙ୍କୁ ସ୍ୱାମୀ-ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ପୁରାଣରେ ଉଲ୍ଲେଖ ରହିଛି ।

ନରସିଂହ ଜୟନ୍ତୀ ଦିନ ରୀତିନୀତି ଅନୁଯାୟୀ ଭଗବାନ ନରସିଂହଙ୍କୁ ପୂଜା କରୁଥିବା ଭକ୍ତମାନେ ସେମାନଙ୍କର ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରନ୍ତି । ଭଗବାନ ନରସିଂହଙ୍କ ଉପାସନା ମନୋବଳ ଏବଂ ଆତ୍ମବିଶ୍ୱାସ ବଢାଇଥାଏ । ପଦ୍ମ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ଏହି ଅବତାରକୁ ପୂଜା କରିବା ଦ୍ବାରା ଭକ୍ତମାନଙ୍କର ସମସ୍ତ ଦୁଃଖ ଦୂର ହୋଇଯାଏ ।

Leave A Reply

Your email address will not be published.