ସୃଷ୍ଟି ହେଲା ଲଘୁଚାପ, ୨୩ରୁ ମତ୍ସ୍ୟଜୀଵୀଙ୍କୁ ସମୁଦ୍ର ମନା

ସୃଷ୍ଟି ହେଲା ଲଘୁଚାପ, ୨୪ରେ ନେବ ଅବପାତର ରୂପ। ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳ ୫.୩୦  ଟାରେ ଲଘୁଚାପ ସୃଷ୍ଟି ହୋଇଛି ।

ଭୁବନେଶ୍ୱର : ସୃଷ୍ଟି ହେଲା ଲଘୁଚାପ, ୨୪ରେ ନେବ ଅବପାତର ରୂପ। ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳ ୫.୩୦  ଟାରେ ଲଘୁଚାପ ସୃଷ୍ଟି ହୋଇଛି । ପରେ ଉତ୍ତର ପୂର୍ବ ଦିଗରେ ଗତି କରି ୨୪ ରେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଅବପାତରେ ପରିଣତ ହେବ ।

୨୫ ତାରିଖ ସଂଧ୍ୟା ସୁଦ୍ଧା ଉତ୍ତର ପଶ୍ଚିମ ଉତ୍ତର ପୂର୍ବ ସଂଲଗ୍ନ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ଆଉରି ତୀବ୍ର ହେବ। ଫଳରେ ୨୩ ରୁ ମତ୍ସ୍ୟଜୀଵୀଙ୍କୁ ସମୁଦ୍ର ମନା । ସମୁଦ୍ରରେ ଥିବା ମତ୍ସ୍ୟଜୀଵୀଙ୍କୁ ସମୁଦ୍ରରୁ ଫେରି ଆସିବାକୁ କୁହାଯାଇଛି । ୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବାଲେଶ୍ଵର ଓ ଭଦ୍ରକରେ ପ୍ରବଳ ବର୍ଷା ହେବ ।

 

 

Leave A Reply

Your email address will not be published.