ଚନ୍ଦନ଼ ପୋଖରୀରେ ଚାପ ଖେଳିଲେ ମହାପ୍ରଭୁ ଗୋପୀନାଥ ଦେବ, ଦୀର୍ଘ ଏକୋଇଶ ଦିନ ଧରି ଚାଲିବ ଯାତ୍ରା

ଅସହ୍ୟ ଗରମରୁ ବଞ୍ଚିବା ପାଇଁ ଚନ୍ଦନ଼ ପୋଖରୀର ଶୁଶୀତଳ ଜଳରେ ଚାପ ଖେଳିଛନ୍ତି ଠାକୁର । ମନ୍ଦିରରେ ଠାକୁରଙ୍କ ପଣା ଭୋଗ ସମ୍ପନ୍ନ ହେବା ପରେ ଚନ୍ଦନ ଚାପକୁ ଠାକୁରଙ୍କୁ ନିଆ ଯାଇଥାଏ ।

ସାକ୍ଷୀଗୋପାଳ (କେନ୍ୟୁଜ୍‌): ଆମ ସଂସ୍କୃତିରେ ରହିଛି ଅନେକ ପର୍ବପର୍ବାଣୀ । ଏହି ପର୍ବ ପର୍ବାଣୀ ମଧ୍ୟରୁ ଠାକୁରଙ୍କ ଚନ୍ଦନ ଯାତ୍ରା ଅନ୍ୟତମ । ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ଠାକୁରଙ୍କ ଚାପ ଖେଳ । ଅସହ୍ୟ ଗରମରୁ ଶାନ୍ତି ପାଇବା ପାଇଁ ଠାକୁରଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ସମାନ ଭାବେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ମହାପ୍ରଭୁ ଗୋପୀନାଥ ଦେବଙ୍କ ଚାପ ଖେଳର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି ।

ଅସହ୍ୟ ଗରମରୁ ବଞ୍ଚିବା ପାଇଁ ଚନ୍ଦନ଼ ପୋଖରୀର ଶୁଶୀତଳ ଜଳରେ ଚାପ ଖେଳିଛନ୍ତି ଠାକୁର । ମନ୍ଦିରରେ ଠାକୁରଙ୍କ ପଣା ଭୋଗ ସମ୍ପନ୍ନ ହେବା ପରେ ଚନ୍ଦନ ଚାପକୁ ଠାକୁରଙ୍କୁ ନିଆ ଯାଇଥାଏ । ମଣିଷ ଯେପରି ବର୍ଷା ବୈଶାଖ ଶୀତ ବସନ୍ତ ଅନୁଭବ କରେ ଠିକ ସେହିପରି ଠାକୁରମାନେ ମଧ୍ୟ ସମସ୍ତ ଋତୁକୁ ଅନୁଭବ କରନ୍ତି । ଏବେ ଗ୍ରୀଷ୍ମର ପ୍ରକୋପ ଜାରି ରହିଥିବାରୁ ଠାକୁର ମନ୍ଦିରରୁ ଓହ୍ଲାଇ ଆସିଛନ୍ତି ଚନ୍ଦନ ପୋଖରୀର ଶୁଶୀତଳ ଜଳରାଶିକୁ । ଅପରାହ୍ନରେ ମନ ଭରି ପୁଣି ଚନ୍ଦନ ଚାପର ଆନନ୍ଦ ନେବେ । ଚାପ ଖେଳିବା ପରେ ଚନ୍ଦନ କୁଣ୍ଡରେ ବୁଡ଼ି ରହି ନିଜ ଶରୀରକୁ ଥଣ୍ଡା ରଖିବେ ।

ବୈଶାଖ ମାସ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୁଏ ଗୋପୀନାଥ ଦେବଙ୍କ ଚନ୍ଦନ ଯାତ୍ରା । ଦୀର୍ଘ ଏକୋଇଶ ଦିନ ଧରି ଏହି ଯାତ୍ରା ଚାଲେ । ପ୍ରତ୍ୟେକ ଦିନ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଏବଂ ରାଧାରାଣୀ ବିମାନରେ ବିଜେ କରନ୍ତି । ସୁସଜ୍ଜିତ ବିମାନରେ ଠାକୁରଙ୍କୁ ପୋଖରୀ କୂଳକୁ ନିଆଯାଏ । ପରେ ଠାକୁରଙ୍କୁ ନୌକାରେ ବସାଇ ପୋଖରୀ ଚତୁଃପାର୍ଶ୍ଵରେ ପରିକ୍ରମା କରାଯାଇଥାଏ । ମାହାପ୍ରଭୁଙ୍କ ଏହି ଅପୂର୍ବ ଦୃଶ୍ୟ ଦର୍ଶନ କରିବା ପାଇଁ ପୋଖରୀ କୂଳରେ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥାନ୍ତି । ଠାକୁରଙ୍କୁ ଭକ୍ତି ଭାବରେ ଭୋଗ ନୈବେଦ୍ୟ ଅର୍ପଣ କରି ବିଭୁ କୃପା ପାଇବା ପାଇଁ ଭକ୍ତମାନେ ମଥା ପାତି ପ୍ରଣତି ଜଣାଇଥାନ୍ତି । ଋତୁ ଚକ୍ରର ପ୍ରଭାବ ମଣିଷ ଉପରେ ଯେମିତି ପଡ଼େ ସମାନ ଭାବେ ଭଗବାନ ମଧ୍ୟ ଏହି ପ୍ରଭାବରୁ ବଞ୍ଚି ପାରନ୍ତି ନାହିଁ । ପରମ୍ପରାର ଏହି ନିଆରା ରୂପ ପ୍ରକୃତରେ ସ୍ମରଣଯୋଗ୍ୟ ।

 

 

 

Leave A Reply

Your email address will not be published.