ଭୁବନେଶ୍ୱରରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ସୋ

ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ସୁପର ସୋ । ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ମେଗା ରୋଡ ସୋ । ରେଣ୍ଟାଲ ଓମଫେଡ ଛକରୁ ଆରମ୍ଭ ହୋଇ ପଟିଆ ଛକ ପର୍ଯ୍ୟନ୍ତ ହୋଇଥିଲା ରୋଡ୍ ସୋ' ।

ଭୁବନେଶ୍ୱର(କେନ୍ୟୁଜ୍‌): ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ସୁପର ସୋ । ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ମେଗା ରୋଡ ସୋ । ରେଣ୍ଟାଲ ଓମଫେଡ ଛକରୁ ଆରମ୍ଭ ହୋଇ ପଟିଆ ଛକ ପର୍ଯ୍ୟନ୍ତ ହୋଇଥିଲା ରୋଡ୍ ସୋ’ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ୍ କରିଥିଲେ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଦେଖିବାକୁ ସବୁ ଛକରେ ପ୍ରବଳ ଜନସମାଗମ ହୋଇଛି । ପ୍ରତି ଛକରେ ହୁଳୁହୁଳି ପକାଇ ଓ ଫୁଲ ପକାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା ।

ରୋଡ ସୋ ବେଳେ ପ୍ରତି ଛକରେ ଲୋକଙ୍କୁ ଉଦବୋଧନ ଦେଇଥିଲେ ନବୀନ । ଲୋକଙ୍କୁ ସମ୍ବୋଧନ କରି ଜୁଲାଇ ମାସରୁ ବିଜୁଳି ବିଲ ଦେବାକୁ ପଡ଼ିବନି ଏବଂ ସମସ୍ତଙ୍କୁ ବିଏସକେୱାଇ କାର୍ଡ ମିଳିବ ବୋଲି କହିଛନ୍ତି। ନବୀନଙ୍କ ରୋଡ ସୋ ପାଇଁ ପୂରା ରାସ୍ତା ସଜେଇ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ନବୀନଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା ।

Leave A Reply

Your email address will not be published.