ପୁଣି ଅଧିକ ଘାତକ ରୂପ ନେଇ ସାମ୍ନାକୁ ଆସିଲାଣି କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି

ପୁଣିଥରେ କାୟା ମେଲାଇଲାଣି କରୋନା । କିଛି ଦିନ ଧରି ସଂକ୍ରମଣ ହାର କମ୍‌ ରହିବା ପରେ ଏବେ ପୁଣିଥରେ ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ଏଥରକ ଅଧିକ ଘାତକ ହୋଇ ସାମ୍ନାକୁ ଆସିଛି ଏହି ମହାମାରୀ ।

ସିଙ୍ଗାପୁର: ପୁଣିଥରେ କାୟା ମେଲାଇଲାଣି କରୋନା । କିଛି ଦିନ ଧରି ସଂକ୍ରମଣ ହାର କମ୍‌ ରହିବା ପରେ ଏବେ ପୁଣିଥରେ ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ଏଥରକ ଅଧିକ ଘାତକ ହୋଇ ସାମ୍ନାକୁ ଆସିଛି ଏହି ମହାମାରୀ ।

ହଁ ଆଜ୍ଞା ପୁଣି କରୋନା ଭାଇରସ୍‌ର ଆତଙ୍କ । କିଛି ଦିନର ଆଶ୍ୱସ୍ତି ପରେ ପୁଣି ସାଂଘାତିକ ରୂପ ନେଉଛି କରୋନା । କରୋନାର ଅନ୍ୟ ଏକ ଭାରିଆଣ୍ଟ ସିଙ୍ଗାପୁରରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ନେଇ ସୂଚନା ମିଳିଛି । ଯାହାକୁ ନେଇ ଅନ୍ୟଦେଶମାନଙ୍କରେ ଆତଙ୍କ ଦେଖାଦେଇଛି । ସିଙ୍ଗାପୁରରେ ଏବେ ସ୍ଥିତି ସଂକଟ ଜନକ ରହିଛି ।

ସୂଚନା ମୁତାବକ, ମେ’ ୫ ତାରିଖରୁ ୧୧ ତାରିଖ ମଧ୍ୟରେ ସିଙ୍ଗାପୁରରେ ୨୬ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସିଙ୍ଗାପୁର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଲୋକଙ୍କ ସତର୍କ ରହିବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ତେବେ ଏଠାରେ କରୋନାର ଏକ ନୂଆ ଭାରିଆଣ୍ଟ ଦେଖିବାକୁ ମିଳିଥିବା ନେଇ ସିଙ୍ଗାପୁର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ତେବେ କୁହାଯାଉଛି ଯେ, ଏହି ଭାରିଆଣ୍ଟ ଦୃତ ଗତିରେ ସଂକ୍ରମିତ କରୁଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସଂକ୍ରମଣ ଶୀର୍ଷରେ ପହଂଚିପାରେ ବୋଲି ଅନୁମାନ କରାଯାଉଛି । ପୂର୍ବ ସପ୍ତାହରେ ୧୩ ହଜାର ୭ ଶହ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଏବେ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ପାର ହୋଇଛି । ଦୈନିକ ୧୮୧ ରୁ ୨୫୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ନେଇ ସିଙ୍ଗାପୁର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏହା ସହିତ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ହସ୍ପିଟାଲରେ ବେଡ୍ ସଂଖ୍ୟା ବଢାଇବା ପାଇଁ ପଦକ୍ଷେପ ନିଆଯାଉଛି । ସରକାରୀ ଡାକ୍ତରଖାନାଗୁଡ଼ିକରେ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାକୁ କୁହାଯାଇଛି । ଘରେ ସାମାନ୍ୟ ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେବାକୁ ମଧ୍ୟ କୁହାଯାଇଛି । ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି ।

ଖାଲି ସେତିକି ନୁହେଁ ଡାଇବେଟିସ୍‌, କିଡ୍‌ନୀ ରୋଗ, ହାର୍ଟ ରୋଗ, ଷ୍ଟେମ୍‌ସେଲ ଟ୍ରାନ୍ସପ୍ଲାଣ୍ଟ, କ୍ୟାନସର ଭଳି ସାଂଘାତିକ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କରୋନା ଘାତକ ସାବ୍ୟସ୍ତ ହୋଇଛି । ତେଣୁ ଏମାନଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.