ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ। ଅସ୍ୱାଭାବିକ ମୃତ୍ୟୁ ହିଟୱେଭ କାରଣରୁ ନା ଆଉ କିଛି ସେନେଇ ସ୍ଥାନୀୟ ପ୍ରଶାସନ ତଦନ୍ତ କରି SRCଙ୍କୁ ରିପୋର୍ଟ ଦେବେ । ବର୍ତ୍ତମାନ ରାଉରକେଲା ସରକାରୀ ହସ୍ପିଟାଲରେ ୩୩ ଜଣଙ୍କ ଚିକିତ୍ସା ଚାଲିଛି ।

ଗତକାଲି ରାଉରକେଲାରେ ୧୬ ଜଣଙ୍କ ପୋଷ୍ଟମର୍ଟମ ସରିଛି । ଗତକାଲି ୬ଜଣିଆ ଟିମ ରାଉରକେଲା ଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ୩ ଉଇଙ୍ଗ ସଦସ୍ୟ, ସୁନ୍ଦରଗଡ଼ର ୨ ଜଣ ଫୋରେନସିକ ସଦସ୍ୟ ଓ ସମ୍ବଲପୁର କମ୍ୟୁନିଟି ମେଡ଼ିସିନ ବିଭାଗର ଜଣେ ସଦସ୍ୟ । ଏପଟେ ପିକ ହାୱାରରେ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ହିଟୱେଭ ପାଇଁ ସମସ୍ତ ହସ୍ପିଟାଲରେ ବ୍ୟବସ୍ଥା ଅଛି। ହିଟଷ୍ଟ୍ରୋକ ହେଲେ ତୁରନ୍ତ ହସ୍ପିଟାଲ ଆସିବାକୁ ପରାମର୍ଶ ଦିଆଯାଇଛି । ଅଧିକ ରୋଗୀ ଆସିଲେ ହସ୍ପିଟାଲରେ ବିକଳ୍ପ ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.