Below header

ଦୁନିଆର ପ୍ରଥମ ସିଏନଜି ମୋଟରସାଇକେଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ବଜାଜ

ବଜାଜର ଏହି ସିଏନଜି ବାଇକ୍ ଅନେକ ସ୍ଥାନରେ ଟେଷ୍ଟିଂ ହେଉଥିବା ଦେଖିବାକୁ ମିଳିଛି, ଯେଉଁ କାରଣରୁ ଏହି ବାଇକରେ ଡୁଆଲ୍ ଫ୍ୟୁଲ୍‌ ସିଷ୍ଟମ ରହିପାରେ ବୋଲି ଅନୁମାନ କରାଯାଉଛି । ଆହୁରି ମଧ୍ୟ ଏହି CNG ବାଇକରେ ପ୍ରାୟ ୧୦୦-୧୨୫ ସିସିର ଏକ ଇଞ୍ଜିନ୍ ମିଳିପାରିବ ।

ବଜାଜ ଅଟୋ ଦୁନିଆର ପ୍ରଥମ ସିଏନଜି ମୋଟରସାଇକେଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ବଜାଜ ଏହି CNG ମୋଟରସାଇକେଲକୁ ଚଳିତ ବର୍ଷ ଜୁନ୍ ୧୮ରେ ଲଞ୍ଚ କରିବାକୁ ଯାଉଛି । ବଜାଜ ଭାରତରେ ବହୁ ପ୍ରତୀକ୍ଷିତ ବାଇକ୍ ପଲସର NS400Z ମଧ୍ୟ ଲଞ୍ଚ କରିଛି । ବର୍ତ୍ତମାନ କମ୍ପାନୀ ସିଏନଜି ବାଇକ୍ ଆଣିବାକୁ ପ୍ଲାନ୍‌ କରୁଛି ।

ବଜାଜର ଏହି ସିଏନଜି ବାଇକ୍ ଅନେକ ସ୍ଥାନରେ ଟେଷ୍ଟିଂ ହେଉଥିବା ଦେଖିବାକୁ ମିଳିଛି, ଯେଉଁ କାରଣରୁ ଏହି ବାଇକରେ ଡୁଆଲ୍ ଫ୍ୟୁଲ୍‌ ସିଷ୍ଟମ ରହିପାରେ ବୋଲି ଅନୁମାନ କରାଯାଉଛି । ଆହୁରି ମଧ୍ୟ ଏହି CNG ବାଇକରେ ପ୍ରାୟ ୧୦୦-୧୨୫ ସିସିର ଏକ ଇଞ୍ଜିନ୍ ମିଳିପାରିବ । ଟେଷ୍ଟିଂ ସମୟରେ ଦେଖାଯାଇଥିବା ବାଇକ୍ ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫଙ୍କ ସହିତ ଲ୍ୟାସ୍‌ ହୋଇଥିବା ଦେଖାଯାଇଥିଲା । ଡିସ୍କ ଏବଂ ଡ୍ରମ୍ ବ୍ରେକ୍ ସେଟ୍ ଅପ୍ ମଧ୍ୟ ବାଇକ୍ ରେ ଦେଖିବାକୁ ମିଳିଥିଲା । ସେଫ୍ଟିକୁ ଧ୍ୟାନରେ ରଖି ଏହି ବାଇକ୍ ରେ ସିଙ୍ଗଲ୍ ଚ୍ୟାନେଲ୍ ଏବିଏସ୍ କିମ୍ବା କମ୍ବି-ବ୍ରେକିଂ ମିଳିବ ବୋଲି ଆଶା କରାଯାଉଛି ।

ବଜାଜ ଅଟୋ ଏପର୍ଯ୍ୟନ୍ତ ଏହାର ସିଏନଜି ବାଇକର ଅଫିସିଆଲ୍ ନାମ ଘୋଷଣା କରିନାହିଁ । କିନ୍ତୁ ନିକଟରେ ବଜାଜ ବ୍ରୁଜର ଟ୍ରେଡ୍ ମାର୍କ ଦେଇଥିଲା । ଏଥିରୁ ଅନୁମାନ କରାଯାଉଛି ଯେ ବଜାଜ ଏହି ବାଇକକୁ ଏହି ନାମ ଦେଇପାରିବ । ବଜାଜ ବିଶ୍ୱରେ CNG ମୋଟରସାଇକେଲ ଲଞ୍ଚ କରିବାକୁ ଯାଉଛି । ତେବେ ଆଗାମୀ ସମୟରେ ଅଧିକ CNG ବାଇକ୍ ଲଞ୍ଚ୍ ହେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.