ମାଆଲୋ.. ତୋ ପାଇଁ ମୋ ଜୀବନ ଧନ୍ୟ

କଥାରେ ଅଛି, ମମତା ନଈର ସୁନା ବୋଇତ ସେ । ଯାହାଙ୍କ ପାଖରୁ ଜୀବନ ଆରମ୍ଭ । ଆକାଶ ଠାରୁ ବଡ଼ ତା’ର ପଣତ । ବୁକୁରେ ତା ସ୍ନେହର ଢ଼େଉ । ସଂସାରରେ ତା ପରି ନାହିଁ କେହି ଆଉ । ସେଥିପାଇଁ ତ ତାକୁ ସମସ୍ତେ ଡାକନ୍ତି ବୋଉ ।

ମା’ ଏ ଗୋଟିଏ ଶଦ୍ଦ କି ଡାକ ନୁହେଁ । ମା’ ଯିଏ ସ୍ନେହର ଭଣ୍ଡାର । ଭଲପାଇବା, ତ୍ୟାଗ ଆଉ ତପସ୍ୟାର ସୀମାହୀନ ସାଗର । ଯାହାକୁ ଆମେ ମାପପାତ୍ରରେ ମାପି ପାରିବାନି । ଆଉ ଯେେତେ ଚାହିଁଲେ ବି ଆଖି ପାଇବନି । ସହନଶୀଳତା ତ୍ୟାଗର ଅନ୍ୟ ନାମ ହେଉଛି ମା’ । ମା’ ଏଭଳି ଏକ ସଜ୍ଞା, ଯାହାକୁ ଶଦ୍ଦରେ ଯେତେ ବଖାଣିଲେ ବି କମ୍‌ ପଡ଼ିବ । ଦୁନିଆର ସବୁଠାରୁ ସୁନ୍ଦର ଶଦ୍ଦ ହେଉଛି ମା’ । ଯିଏ ସବୁଠୁ ନିଜର । ସନ୍ତାନର ଭୁଲକୁ ଓଠ ତଳେ ଚାପି ରଖି ତା ମୁହଁରେ ହସ ଫୁଟାଏ ସେ ହେଉଛି ମା’ । ଯାହା ଆଖିରେ ଆମେ ଦୁନିଆ ଦେଖିଥାଅନ୍ତି । ତା’ ଆଙ୍ଗୁଳି ଧରି ବାଟ ଚାଲିଥାଆନ୍ତି । ତା କୋଳରେ ଥାଏ ସରଗ ସୁଖ । ତା’ ପଣତରେ ସେ ପୋଛିଦିଏ ସନ୍ତାନର ଜୀବନ ଦୁଃଖ ।

କଥାରେ ଅଛି, ମମତା ନଈର ସୁନା ବୋଇତ ସେ । ଯାହାଙ୍କ ପାଖରୁ ଜୀବନ ଆରମ୍ଭ । ଆକାଶ ଠାରୁ ବଡ଼ ତା’ର ପଣତ । ବୁକୁରେ ତା ସ୍ନେହର ଢ଼େଉ । ସଂସାରରେ ତା ପରି ନାହିଁ କେହି ଆଉ । ସେଥିପାଇଁ ତ ତାକୁ ସମସ୍ତେ ଡାକନ୍ତି ବୋଉ । ମା’ ଶଦ୍ଦରେ ରହିଛି ଅମୃତର ସ୍ୱାଦ । ମା କୋଳରେ ସନ୍ତାନ ଥିଲେ ଯମ ନେବାକୁ ମଧ୍ୟ ଭୟ କରେ । ତା’ ପଣତ କାନିରେ ସେ ସନ୍ତାନକୁ ଘୋଡ଼ାଇ ରଖେ ସବୁ ବିପଦରୁ ରକ୍ଷା କରେ । ଜୀବନର ସାହା ହେଉଛି ମା ’ ।

ବର୍ଷର ୩୬୫ ଦିନ ଯିଏ ନିଜ ପରିବାରର କଥା ଭାବି ତାର ରାତି କଟିଥାଏ । ଦିନ ରାତି ଏକ କରି ପରିବାର ପାଇଁ କାମ କରିଥାଏ । ସେ ପୁଣି ବିନା ଦରମା ବିନା ବିଶ୍ରାମରେ । ପରିବାର ପାଇଁ ନିଜକୁ ସମର୍ପି ଦିଏ ସେ ହେଉଛି ମା’। ନିଜ ଛୁଆର ମୁହଁରେ ଟିକିଏ ହସ ଦେଖିବାକୁ ଜୀବନର ସବୁ ଦୁଃଖ କଷଣକୁ ମଥା ପାତି ସହିଯାଏ । ପରିବାରର ଯାବତ୍ୟ ଜଞ୍ଜାଳକୁ ଅଣଦେଖା କରି ନିଜ ସନ୍ତାନ ମୁହଁରେ ହସ ଆଣିଦିଏ । ଭୋକ ଲାଗିଲେ ଖାଇବା ବାଢ଼ିଦିଏ । ଦେହ ଖରାପ ହେଲେ ସାରା ରାତି ନିଜେ ନ ଶୋଇ ଛୁଆର ଯତ୍ନ ନିଏ । ମଣିଷର ସବୁଠାରୁ ବଡ଼ ଋଣ ହେଉଛି ମା’ଯାହାକୁ ସୁଝିବାର କ୍ଷମତା କାହା ପାଖରେ ନାହିଁ । ଯେତେ ଝଡ଼ ଝଞ୍ଜା ଆସିଲେ ବି ମା ହିଁ ସବୁ ବିପଦରୁ ରକ୍ଷା କରିଥାଏ ତା’ର ସନ୍ତାନକୁ । ବିପଦ ସମୟରେ ଯେଉଁଠି ଭଗବାନ୍‌ ଆସିପାରନ୍ତିନି ସେଇଠି ମା’ର ସର୍ଜନା କରିଛନ୍ତି ପ୍ରଭୁ । ଯିଏ ନିଜେ ଉପାସ ରହି ଅନ୍ୟକୁ ଖାଇବାକୁ ଦିଏ । ନିଜେ ତଳେ ଶୋଇ ତା ପଣତ କାନି ଘୋଡ଼ାଇ ଦିଏ ତା ଛୁଆ ପାଇଁ । ସେହି ପ୍ରେରଣାଦାୟୀ, ମମତାମୟୀ ମା’ ପାଇଁ ଦିନଟିଏ । ଆଜି ବଶ୍ୱ ମାତୃ ଦିବସ । ପ୍ରତିବର୍ଷ ମେ’ ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରାଯାଏ ।

ଆଜି ସାରା ବିଶ୍ୱ ପାଳନ କରୁଛି ବିଶ୍ୱ ମାତୃ ଦିବସ । କିଏ ମା’ଙ୍କୁ ଉପହାର ଦେଉଛି ତ ଆଉ କିଏ କେକ୍ କାଟି ମା’ଙ୍କୁ ସମ୍ମାନ ଜଣାଉଛି । ସାରା ବିଶ୍ୱରେ ମାତୃ ଦିବସର ଝଲକ ଦେଖିବାକୁ ମିଳୁଛି । ଏପରିକି ସୋସିଆଲ ମିଡିଆ (ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ୍)ରେ ମାଙ୍କ ଉଦ୍ଦେଶ୍ୟରେ ଅନେକ ଷ୍ଟାର୍ଟସ ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ ଏବେବି ଅନେକ ମା ଅଛନ୍ତି ଯିଏ ନିଜ ପିଲାଙ୍କୁ ଏକ ସୁନ୍ଦର ଜୀବନ ଦେବା ପାଇଁ ସଂଘର୍ଷ କରୁଛନ୍ତି । ଧନୀ ଘରର ମା ନିଜ ପିଲାଙ୍କୁ ଯେତିକି ଆଦର କରଥାଏ, ଗରିବ ମା’ଟି ମଧ୍ୟ ତା ସନ୍ତାନଙ୍କୁ ସେମିତି ସ୍ନେହ ଆଦର ଦେଇ ବଢ଼ାଇଥାଏ ଆଉ ତା ଯତ୍ନ ନେଇଥାଏ । ଏମିତି ମା’ଙ୍କୁ ମାତୃ ଦିବସରେ ସଲାମ୍‌ ଜଣାଉଛି… କେନ୍ୟୁଜ୍‌ ଓଡ଼ିଶା।

Leave A Reply

Your email address will not be published.