Below header

ଧରାପଡ଼ିବା ପରେ ଗାଁ ଲୋକଙ୍କ ଆଗରେ ଭୁଲ ମାନିଲେ ହେଲେ ତଥାପି ପୋଲିସ୍‌ ଗିରଫ କରୁନାହିଁ

କୌଣସି ଏକ କାମରେ ସ୍ୱାମୀ ଯାଇଥିଲେ ପାରାଦୀପ। ଘରେ କେବଳ ଥିଲେ ମାଆ ଓ ଝିଅ । ତେବେ ବେତବେଲାରୀ ଗାଁର ଅଟଳ ଜାନା ଏହାର ସୁଯୋଗ ନେଇ ଘରେ ପଶିଥିଲେ ।

ମହାକାଳପଡା (କେନ୍ୟୁଜ) : ସ୍ତ୍ରୀ ସହ ହୋଇଛି ଦୁର୍ବ୍ୟବହାର । ସ୍ୱାମୀ ଚାହୁଁଛି ନ୍ୟାୟ। କିନ୍ତୁ ନ୍ୟାୟ ବଦଳରେ ମିଳୁଛି ଧମକ ଚମକ । ସ୍ତ୍ରୀ ବି ଯେତେ କହୁଛନ୍ତି ତାଙ୍କ ସହ କଣ ହୋଇଛି କଣ ଘଟିଛି ତଥାପି ତାଙ୍କୁ ମିଳୁନି ନ୍ୟାୟ । ଶୁଣନ୍ତୁ ତାଙ୍କ ମୁହଁରୁ କଣ ଘଟିଛି ତାଙ୍କ ସହ । ଆଜ୍ଞା ଶୁଣିଲେ ତ ମହିଳା ଜଣଙ୍କ କଣ କହିଲେ, ତାଙ୍କୁ କୁଆଡେ ଦୁର୍ବ୍ୟବହାର ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଲୁଣା ଘେରି ଗାଁର ଏହି ଘଟଣା । କୌଣସି ଏକ କାମରେ ସ୍ୱାମୀ ଯାଇଥିଲେ ପାରାଦୀପ। ଘରେ କେବଳ ଥିଲେ ମାଆ ଓ ଝିଅ । ତେବେ ବେତବେଲାରୀ ଗାଁର ଅଟଳ ଜାନା ଏହାର ସୁଯୋଗ ନେଇ ଘରେ ପଶିଥିଲେ । ସେତେବେଳେ ମହିଳା ଜଣକ ରୋଷେଇ ଘରେ କ୍ଷୀର ଗରମ କରୁଥିଲେ । ମହିଳାଙ୍କ ସହ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ। ତେବେ ମହିଳା ଜଣକ ଚିତ୍କାର କରିବାରୁ ତାଙ୍କ ଝିଅ ଦୌଡି ଆସି ଘଟଣାକୁ ମୋବାଇଲରେ ରେକର୍ଡ କରି ନେଇଥିଲେ ।

ଏହି ସମୟରେ ଅଟଳ ଖସିଯିବାକୁ ଉଦ୍ୟମ କରିଥିଲା । ଅଟଳକୁ ମା ଝିଅ ମାଡିବସି କାବୁ କରିନେଇ ସ୍ବାମୀକୁ ଖବର ଦେଇଥିଲେ । ସ୍ୱାମୀ ପହଁଚିବା ପର୍ଯ୍ୟନ୍ତ ଅଟଳକୁ ଘରେ ବସାଇ ରଖିଥିଲେ ମାଆ ଝିଅ । ତେବେ ସ୍ବାମୀ ଘରେ ପହଞ୍ଚି ଗାଁ ପଡୋଶୀଙ୍କୁ ଜଣାଇଥିଲେ । ଗାଁ ଲୋକଙ୍କ ଆଗରେ ନିଜ କୁକର୍ମ ସମ୍ପର୍କରେ ସତକଥା ମାନି ଯାଇଥିଲେ ଅଭିଯୁକ୍ତ । ତେବେ ନ୍ୟାୟ ପାଇଁ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ମଧ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ବିଳମ୍ବ କରିଥିବା କୁହାଯାଉଛି । ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ସେପଟେ ପୋଲିସର କହିବା କଥା ମହିଳାଙ୍କ ଡାକ୍ତରୀ ମାଇନା ହେବା ସହ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶରେ ତଦନ୍ତ ଜାରି ରହିଛି । ପୋଲିସ୍‌ ତଦନ୍ତ ଶେଷ ହେଲେ ଘଟଣା ପଛର ପ୍ରକୃତ ରହସ୍ୟ ସ୍ପଷ୍ଟ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.