Below header

ଫୋଲଡେବଲ୍‌ ଫୋନରେ ବଡ଼ ପରିବର୍ତ୍ତନ କରିବ ସାମସଙ୍ଗ୍‌, ପ୍ରଥମ ଥର ପାଇଁ ମିଳିବ ଏହି ଖାସ୍‌ ଫିଚର

ରିପୋର୍ଟ ଅନୁସାରେ ଦକ୍ଷିଣ କୋରିଆ ସ୍ମାର୍ଟଫୋନ୍ କମ୍ପାନୀ ଏହାର ଅପକମିଂ Samsung Galaxy Z Fold 6 ର ଡିସପ୍ଲେ ସାଇଜରେ ପରିବର୍ତ୍ତନ କରିବ । ଫୋଲଡେବଲ୍ ଫୋନର ସ୍କ୍ରିନ୍‌ ପୂର୍ବ ମଡେଲ ତୁଳନାରେ ବଡ଼ ହୋଇପାରେ ।

Samsung Galaxy Z Fold 6 ରେ ହେବ ବଡ ପରିବର୍ତ୍ତନ । ସାମସଙ୍ଗ ଦ୍ୱାରା ଏପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ସମସ୍ତ ଫୋଲଡେବଲ୍ ସ୍ମାର୍ଟଫୋନର ଡିଜାଇନ୍ ପ୍ରାୟ ସମାନ । କମ୍ପାନୀ କେବଳ କ୍ୟାମେରା ମଡ୍ୟୁଲ୍ ଏବଂ ଷ୍ଟ୍ରକଚରରେ ଅଳ୍ପ ପରିବର୍ତ୍ତନ କରିଥିଲା । ଏଥର କମ୍ପାନୀ ଫୋନର ଫୋଲଡେବଲ୍ ଡିସପ୍ଲେରେ ଏହି ଖାସ୍‌ ପରିବର୍ତ୍ତନ କରିବାକୁ ଯାଉଛି । ୟୁଜରମାନେ ପୂର୍ବ ଅପେକ୍ଷା ନୂଆ ଫୋଲଡେବଲ୍ ଫୋନରେ ଭିଡିଓ ଦେଖିବାର ମଜା ନେଇପାରିବେ ।

ରିପୋର୍ଟ ଅନୁସାରେ ଦକ୍ଷିଣ କୋରିଆ ସ୍ମାର୍ଟଫୋନ୍ କମ୍ପାନୀ ଏହାର ଅପକମିଂ Samsung Galaxy Z Fold 6 ର ଡିସପ୍ଲେ ସାଇଜରେ ପରିବର୍ତ୍ତନ କରିବ । ଫୋଲଡେବଲ୍ ଫୋନର ସ୍କ୍ରିନ୍‌ ପୂର୍ବ ମଡେଲ ତୁଳନାରେ ବଡ଼ ହୋଇପାରେ ।

ଗତ ବର୍ଷ ଲଞ୍ଚ ହୋଇଥିବା ସାମସଙ୍ଗ Galaxy Z Fold 5 ର ଫୋଲଡ୍ ଡିସପ୍ଲେ ର ଆକାର ୫୭.୪ ମିମି ଥିଲା, ଯାହା ବର୍ତ୍ତମାନ ୬୦.୨ ମିମିକୁ ବଢ଼ାଯିବ । ଡିସପ୍ଲେ ସାଇଜ୍ ବଢ଼ିଲେ ୟୁଜରମାନେ ପୂର୍ବ ଅପେକ୍ଷା ଫୋନର ଡିସପ୍ଲେରେ ଭଲ ଭାବେ ଭିଡିଓ କଣ୍ଟେଣ୍ଟ ଦେଖିପାରିବେ । ସାମସଙ୍ଗର ଅପକମିଂ ଫୋଲଡେବଲ୍ ସ୍ମାର୍ଟଫୋନର ଏକ ସ୍କ୍ରିନ୍ ପ୍ରୋଟେକ୍ଟର ଅନଲାଇନରେ ସାମ୍ନାକୁ ଆସିଛି, ଯେଉଁଥିରେ ଏହି ପାର୍ଥକ୍ୟ ଦେଖିବାକୁ ମିଳିବ ।

Samsung Galaxy S24 Ultra ପରି ଫୋନର ଡିସପ୍ଲେ ଚାରିପାଖରେ ଏକ ସାର୍ପ କର୍ନର ରେଡିୟସ୍‌ ମିଳିବ । ଏହିପରି ଭାବେ ୟୁଜରମାନଙ୍କୁ ପ୍ରିମିୟମ ଫୋଲଡେବଲ୍ ସ୍ମାର୍ଟଫୋନରେ ମଧ୍ୟ ଅଲଟ୍ରା ଫିଚର ମିଳିବ । ରିପୋର୍ଟ ଅନୁଯାୟୀ ସାମସଙ୍ଗ ଏହାର ଆଗାମୀ ଫୋଲଡେବଲ୍ ଫୋନ୍ ସାମସଙ୍ଗ Galaxy Z Fold 6 ର ଡିଜାଇନ୍ ପ୍ରାୟ ଶେଷ କରିଛି । ଏହା ବ୍ୟତୀତ ସାମସଙ୍ଗ Galaxy Z Fold 6 ମଧ୍ୟ ଲଞ୍ଚ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.