ଫେସବୁକ୍‌ ଏବଂ ଇନଷ୍ଟାଗ୍ରାମ୍‌ ହେଲା ଠପ୍‌, ୟୁଜର୍ସ X ରେ କଲେ ଅଭିଯୋଗ

ଫେସବୁକ ଏବଂ ଇନଷ୍ଟାଗ୍ରାମ ହଠାତ୍‌ ଠପ୍‌ ହୋଇଥିବା ୟୁଜର୍ସ ଅଭିଯୋଗ କରୁଛନ୍ତି । ସମଗ୍ର ବିଶ୍ୱର ୟୁଜର୍ସ ନିଜ ଆକାଉଣ୍ଟକୁ ଆକ୍ସେସ କରିପାରୁନାହାନ୍ତି । ଯେଉଁ ଲୋକମାନଙ୍କ ଆକାଉଣ୍ଟ ପୂର୍ବରୁ ଡିଭାଇସରେ ଲଗଇନ ରହିଛି, ସେମାନଙ୍କୁ ଏକ ବ୍ଲାଙ୍କ ପେଜ୍‌ ଦେଖିବାକୁ ମିଳିଛି । ଫେସବୁକରେ କୌଣସି ପୋଷ୍ଟ ଦେଖିପାରୁନାହାନ୍ତି ୟୁଜର୍ସ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ହଠାତ୍‌ ଠପ୍‌ ହୋଇଥିବା ୟୁଜର୍ସ ଅଭିଯୋଗ କରୁଛନ୍ତି । ସମଗ୍ର ବିଶ୍ୱର ୟୁଜର୍ସ ନିଜ ଆକାଉଣ୍ଟକୁ ଆକ୍ସେସ କରିପାରୁନାହାନ୍ତି । ଯେଉଁ ଲୋକମାନଙ୍କ ଆକାଉଣ୍ଟ ପୂର୍ବରୁ ଡିଭାଇସରେ ଲଗଇନ ରହିଛି, ସେମାନଙ୍କୁ ଏକ ବ୍ଲାଙ୍କ ପେଜ୍‌ ଦେଖିବାକୁ ମିଳିଛି । ଫେସବୁକରେ କୌଣସି ପୋଷ୍ଟ ଦେଖିପାରୁନାହାନ୍ତି ୟୁଜର୍ସ । ଫେସବୁକରେ ସମସ୍ୟା ସକାଳ ୭ଟାରୁ ଦେଖାଦେଇଛି । ୟୁଜର୍ସଙ୍କ ଆକାଉଣ୍ଟ ଆପେ ଆପେ ଲଗଆଉଟ ହୋଇଯାଉଛି । ଅନେକ ୟୁଜର୍ସ ଏରର ଆପ୍‌ ଦେଖିବାକୁ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ।

ମେଟା ସର୍ଭିସ ଡାଉନ ହେବା ପରେ ଏହାର ମୁଖ୍ୟ ସେଣ୍ଟର ନ୍ୟୁୟର୍କ ଏବଂ କାଲିଫର୍ଣ୍ଣିଆ ବୋଲି କୁହାଯାଉଛି । ଦେଶର ଅନେକ ୟୁଜର୍ସ ମଧ୍ୟ ଚିନ୍ତିତ ରହିଛନ୍ତି । ତେବେ ଏହି ସମସ୍ୟା ସର୍ଭର ଯୋଗୁଁ ହୋଇଥାଇପାରେ ବୋଲି କୁହାଯାଉଛି । ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବ ।

ୟଜୁର୍ସ ଟ୍ଵିଟରରେ ଅଭିଯୋଗ କରିଥିଲେ କି, ଫେସବୁକ ଏବଂ ଇନଷ୍ଟାଗ୍ରାମ ଚାଲୁନାହିଁ ବୋଲି ଟ୍ଵିଟ୍‌ କରିଥିଲେ । ଏହାସହିତ X ରେ#facebookdown କୁ ଟ୍ରେଣ୍ଡ କରୁଥିଲା । ତେବେ ଏପର୍ଯ୍ୟନ୍ତ ଫେସବୁକ ତରଫରୁ ସେମିତି କିଛି କୁହାଯାଇନାହିଁ । କିଛି ୟୁଜର୍ସ something went wrong ବୋଲି ମେସେଜ ଲେଖିଥିଲେ ।

ସୂଚନାଯୋଗ୍ୟ, ପୂର୍ବରୁ ଅନେକ ଥର ଏଭଳି ସମସ୍ୟା ଦେଖାଦେଇଛି । ହଠାତ୍‌ ସୋସିଆଲ ମିଡିଆ ଠପ୍‌ ହେବା ଦ୍ୱାରା ୟୁଜର୍ସ ନାହିଁନଥିବା ସମସ୍ୟା ଭୋଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.