Below header

ଆଜି ଅକ୍ଷୟ ତୃତୀୟା, ସୁନା ଦୋକାନରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ରହିଛି ଭଳିକି ଭଳି ଅଫର

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହା ବର୍ଷର ସବୁଠାରୁ ଶୁଭ ତିଥି ହୋଇଥାଏ । ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ବିଶ୍ୱାସ ରହିଛି । ତେଣୁ ଭିଡକୁ ନଜରରେ ରଖି ଗହଣା ଦୋକାନଗୁଡିକ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଆଜି ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୧୫୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୬ ହଜାର ୧୪୦ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୬,୧୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨ ହଜାର ୧୫୦ ହୋଇଛି ।

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହା ବର୍ଷର ସବୁଠାରୁ ଶୁଭ ତିଥି ହୋଇଥାଏ । ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ବିଶ୍ୱାସ ରହିଛି । ତେଣୁ ଭିଡକୁ ନଜରରେ ରଖି ଗହଣା ଦୋକାନଗୁଡିକ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଖରାର ପ୍ରକୋପ କମିବା ସହ ବଜାର ସ୍ୱାଭାବିକ ହୋଇଥିବାରୁ ଅକ୍ଷୟ ତୃତୀୟାରେ ଏଥର ଭଲ ବ୍ୟବସାୟ ହେବ ଆକଳନ କରାଯାଉଛି । ଏହାଛଡା ଆଜି ଛୁଟି ଥିବାରୁ ଲୋକେ ଦୋକାନ ଆସି ଗହଣା କିଣିବେ ବୋଲି ଆଶା କରାଯାଉଛି । ତେବେ ଆଜି ସୁନା ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଆଜି ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୧୫୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୬ ହଜାର ୧୪୦ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୬,୧୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୨ ହଜାର ୧୫୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୬,୧୪୦ ଟଙ୍କା ଓ ୭୨,୧୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୬,୨୯୦ ଟଙ୍କା ଓ ୭୨,୩୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୬,୧୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୨,୧୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୬,୧୪୦ ଟଙ୍କା ଓ ୭୨,୧୫୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୮୫ ହଜାର ୩୦୦ ଟଙ୍କା ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.