Below header

ଆମେରିକାରେ ହୋଇନାହିଁ ଗୋଲ୍ଡି ବ୍ରାରଙ୍କ ହତ୍ୟା, ଦାବି ଖଣ୍ଡନ କଲା USA ପୋଲିସ

ଆମେରିକାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କୁ ହତ୍ୟା କରାଯାଇ ନାହିଁ । ଏହି ରିପୋର୍ଟକୁ ଖଣ୍ଡନ କରିଛି ୟୁଏସ୍‌ଏ ପୋଲିସ । ଗତକାଲି ସୋସିଆଲ ମିଡିଆ ସମେତ ବିଭିନ୍ନ ୱେବ୍‌ସାଇଟରେ ଗୋଲ୍ଡି ବ୍ରାରଙ୍କୁ ଆମେରିକାରେ ହତ୍ୟା କରାଯାଇଥିବା ନେଇ ଦାବି କରାଯାଇଥିଲା ।

ଆମେରିକାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କୁ ହତ୍ୟା କରାଯାଇ ନାହିଁ । ଏହି ରିପୋର୍ଟକୁ ଖଣ୍ଡନ କରିଛି ୟୁଏସ୍‌ଏ ପୋଲିସ । ଗତକାଲି ସୋସିଆଲ ମିଡିଆ ସମେତ ବିଭିନ୍ନ ୱେବ୍‌ସାଇଟରେ ଗୋଲ୍ଡି ବ୍ରାରଙ୍କୁ ଆମେରିକାରେ ହତ୍ୟା କରାଯାଇଥିବା ନେଇ ଦାବି କରାଯାଇଥିଲା ।

କହି ରଖୁଛୁ, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ଗୋଲ୍ଡି ବ୍ରାର ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ତାଙ୍କୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି । ତେବେ ଆଜି ଆମେରିକୀୟ ପୋଲିସ ଗୋଲ୍ଡି ବ୍ରାରଙ୍କୁ ହତ୍ୟା କରାଯିବା କଥାକୁ ପ୍ରତ୍ୟାଖ୍ୟାନ କରିଛି । ସୋସିଆଲ ମିଡିଆରେ ଭୁଲ ତଥ୍ୟ ବ୍ୟାପିଛି ବୋଲି ପୋଲିସ କହିଛି ।

ବୁଧବାର କାଲିଫର୍ନିଆର ଫ୍ରେସ୍ନୋସ୍ଥିତ ଫେୟାରମୋଣ୍ଟ ଏବଂ ହୋଲ୍ଟ ଆଭେନ୍ୟୁରେ ଏକ ବିବାଦ ପରେ ଦୁଇ ଜଣଙ୍କୁ ଗୁଳି କରାଯାଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ଦର୍ଶାଇ ଅନେକ ରିପୋର୍ଟରେ ଦାବି କରାଯାଇଥିଲା ଯେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଉଛନ୍ତି ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର । କିନ୍ତୁ ଏହି ରିପୋର୍ଟକୁ ଖଣ୍ଡନ କରିଛି ଫ୍ରେସ୍ନୋ ପୋଲିସ । ଗୋଲ୍ଡି ବ୍ରାରଙ୍କ ହତ୍ୟା ଖବର ମିଥ୍ୟା ବୋଲି ପୋଲିସ କହିଛି ।

ପୋଲିସ ବିଭାଗର ଲେଫ୍ଟନାଣ୍ଟ ୱିଲିୟମ୍ ଜେ ଡୁଲେ କହିଛନ୍ତି ଯେ ଗୋଲ୍ଡି ବ୍ରାରଙ୍କ ମୃତ୍ୟୁ ଖବର ସତ୍ୟ ନୁହେଁ । ଗୁଜବ କିଏ ଆରମ୍ଭ କରିଛି, ତାହା ଆମେ ଜାଣିନାହୁଁ । କିନ୍ତୁ ସୋସିଆଲ ମିଡିଆରେ ଏହା ନିଆଁ ଭଳି ବ୍ୟାପିଯାଇଥିଲା । ଯଦିଓ ପୋଲିସ ଏ ପର୍ଯ୍ୟନ୍ତ ଆକ୍ରମଣରେ ଆହତ ଏବଂ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିପାରି ନାହିଁ ।

ସୂଚନାଥାଉ କି, ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସତୱିନ୍ଦର ସିଂ ଓରଫ୍‌ ଗୋଲ୍ଡି ବ୍ରାର ଚର୍ଚ୍ଚାକୁ ଆସିଥିଲେ । ଲୋକପ୍ରିୟ ରାପର ହନି ସିଂଙ୍କଠାରୁ ମଧ୍ୟ ସେ ୫୦ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି । କହି ରଖୁଛୁ, ଗୃହ ମନ୍ତ୍ରଣାଳୟ ୨୦୨୪ ଜାନୁୟାରୀ ୧ରେ ତାଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲା । ଏବେ ଗୋଲ୍ଡି କାନାଡାରେ ରହୁଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.