Below header

ଅନଲାଇନ ମଗାଇଥିବା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ, ୨ ମୃତ, ଦୁଇ ଗୁରୁତର

ଅନଲାଇନ ମଗାଇଥିବା ପାର୍ସଲ ବିସ୍ଫୋରଣ । ବିସ୍ଫୋରଣ ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ୨ ଜଣ ବାପା-ଝିଅ ବୋଲି ଜଣାପଡିଛି । ଅନଲାଇନ ଜରିଆରେ ଆଣିଥିବା ପାର୍ସଲ ଖୋଲିବା ସମୟରେ ଗୁଜରାଟ ସାବରକାଣ୍ଡରେ ବିସ୍ଫୋରଣ ହୋଇଥିଲା । ଘଟଣା ବିଷୟରେ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ଗୁଜରାଟ ସାବରକାଣ୍ଡରେ ଅନଲାଇନ ମଗାଇଥିବା ପାର୍ସଲ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ୨ ଜଣ ବାପା-ଝିଅ ବୋଲି ଜଣାପଡିଛି । ଅନଲାଇନ ଜରିଆରେ ଆଣିଥିବା ପାର୍ସଲ ଖୋଲିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହିମ୍ମତନଗର ସିଭିଲ ହସପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ଦୁଇ ଝିଅ ଆହତ ହୋଇଛନ୍ତି । ଦୁଇ ଝିଅଙ୍କ ବୟସ ୯, ୧୦ ବର୍ଷ । ବିସ୍ଫୋରଣରେ ଜିତେନ୍ଦ୍ର ହୀରାଭାଇ ବଞ୍ଜାରା ନାମ ବ୍ୟକ୍ତି ଏବଂ ତାଙ୍କ ଝିଅର ମୃତ୍ୟୁ ହୋଇଛି । ଘଟଣା ବିଷୟରେ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ତେବେ ଅନଲାଇନ ପାର୍ସଲରେ ଏଭଳି ବିସ୍ଫୋରଣ ଜିନିଷ କେମିତି ଆସିଲା, ତାହାକୁ ନେଇ ପୋଲିସ ଛାନ୍‌ଭିନ କରୁଛି । ପୋଲିସ ପତ୍ତା ଲଗାଉଛି କି, ପାର୍ସଲ ଏମାନେ କେଉଁଠାରୁ ମଗାଇଥିଲେ । ପାର୍ସଲ ଭିତରେ ବିସ୍ଫୋରଣ ହେଉଥିବା ଜିନିଷ କିଏ ରଖିଲା, ତାହାକୁ ନେଇ ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ, ଆମେରିକାରେ ଜଣେ ଦମ୍ପତିଙ୍କର ପୋଷା ବିଲେଇ ଆମାଜନର ଏକ ରିଟର୍ଣ୍ଣ ବକ୍ସରେ ପଶି ପଳାଇଥିଲା । ଆଉ ଯେତେବେଳେ ବିଲେଇକୁ ନ ପାଇଲେ ସେତେବେଳେ ଏ ଦମ୍ପତି ବହୁତ ଖୋଜାଖୋଜି କଲେ, ଏମିତିକି ସହରରେ ପୋଷ୍ଟର ବି ଲଗାଇଲେ । ଆଉ ପ୍ରାୟ ସପ୍ତାହେ ପରେ ହେବ ଏକ ଫୋନ୍‌ କଲ୍‌ ଆସିଲା ଯାହା ସେମାନଙ୍କୁ ଆସ୍ୱସ୍ତି ଦେଲା । ବିଲେଇଟି ଆମାଜନର ଜଣେ କର୍ମଚାରୀଙ୍କୁ ବକ୍ସ ଭିତରେ ଜୀବିତ ଅବସ୍ଥାରେ ମିଳିଥିଲା । ସବୁଠୁ ଆଶ୍ଚର୍ଯ୍ୟର କତା ହେଉଛି ୩ ଫୁଟର ଏହି ବକ୍ସ ଭିତରେ ବିଲେଇଟି ୬ ଦିନ ଅଖିଆ ଅପିଆ ରହିଥିଲା ।

ଆମେରିକାର ୟୁଟାର ଏହି ଦମ୍ପତିଙ୍କ ପୋଷା ବିଲେଇ ଗାଲେନା ଡେଇଁପଡିଥିଲା ଏକ ପ୍ୟାକେଟ୍‌ ଭିତରକୁ । ଯାହା ଥିଲା ଆମାଜନ୍‌ ରିଟର୍ଣ୍ଣ ପ୍ୟାକେଟ୍‌ । ଆଉ ସେହି ପ୍ୟାକେଟ୍‌ ଭିତରେ ବିଲେଇଟି ନିଜ ମାଲିକର ଘର ୟୁଟା ଠାରୁ ପ୍ରାୟ ୫୦୦ ମାଇଲ୍‌ ଦୂର କାଲିଫର୍ଣ୍ଣିଆ ଚାଲିଯାଇଥିଲା ।

ତେବେ ପାଖାପାଖି ୬ ଦିନ ପରେ ଅର୍ଥାତ୍‌ ୧୭ ଏପ୍ରିଲରେ କାଲିଫର୍ଣ୍ଣିଆର ଆମାଜନର େଓ୍ଵୟାରହାଉସରେ ଜଣେ କର୍ମଚାରୀ ପ୍ୟାକେଟ୍‌ ଭିତରୁ ଗୋଟେ ବିଲେଇକୁ ଜୀବିତ ଅବସ୍ଥାରେ ପାଇଲେ । ଆଉ ସେ ତୁରନ୍ତ ତାର ମାଲିକଙ୍କୁ ଫୋନ୍‌ କରି ତାର ଖବର ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.