ମେ ଶେଷ ସପ୍ତାହରେ ପ୍ରକାଶ ପାଇବ CHSE ଦ୍ୱାଦଶ ରେଜଲ୍ଟ !

ମେ ଶେଷ ସପ୍ତାହରେ ପ୍ରକାଶ ପାଇବ CHSE ଦ୍ୱାଦଶ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ + ୨ ପରୀକ୍ଷା ଫଳ ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଉତ୍ତରଖାତା ମୂଲ୍ୟାୟନରେ ବିଳମ୍ବ ଓ ନିର୍ବାଚନ ପାଇଁ ପରୀକ୍ଷାଫଳ ପ୍ରକାଶ ପାଇବାରେ ବିଳମ୍ବ ହେଉଛି ବୋଲି ସୂଚନା ମିଳିଛି । + ୨ ର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ କେଉଁ ତାରିଖରେ ପ୍ରକାଶ ପାଇବ ସେନେଇ କୌଣସି ସମୟ ଧାର୍ଯ୍ୟ ହୋଇ ନାହିଁ ।

କଟକ (କେନ୍ୟୁଜ): ମେ ଶେଷ ସପ୍ତାହରେ ପ୍ରକାଶ ପାଇବ CHSE ଦ୍ୱାଦଶ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ + ୨ ପରୀକ୍ଷା ଫଳ ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଉତ୍ତରଖାତା ମୂଲ୍ୟାୟନରେ ବିଳମ୍ବ ଓ ନିର୍ବାଚନ ପାଇଁ ପରୀକ୍ଷାଫଳ ପ୍ରକାଶ ପାଇବାରେ ବିଳମ୍ବ ହେଉଛି ବୋଲି ସୂଚନା ମିଳିଛି । + ୨ ର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ କେଉଁ ତାରିଖରେ ପ୍ରକାଶ ପାଇବ ସେନେଇ କୌଣସି ସମୟ ଧାର୍ଯ୍ୟ ହୋଇ ନାହିଁ ।

ସେହିପରି ମେ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ । ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ । ଫଳ ପ୍ରକାଶନ ସମୟରେ ଛାତ୍ରଛାତ୍ରୀ ଡିଜିଟାଲ ସାର୍ଟିଫିକେଟ ସଂଗ୍ରହ କରିପାରିବେ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଡିଜିଟାଲ ସାର୍ଟିଫିକେଟ ପାଇବା ସଂକ୍ରାନ୍ତୀୟ ଏକ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖରେ କଟକରେ କରାଯିବାକୁ ସ୍ଥିର ହୋଇଛି ।

 

Leave A Reply

Your email address will not be published.