ଆଜି ଶପଥ ଗ୍ରହଣ କରିବେ ମୋଦି, ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସାରା ବିଶ୍ବରୁ ପ୍ରଧାନ ମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ଅଭିନନ୍ଦନ ମୋଦିଜି ଥ୍ରି ପଏଣ୍ଟ ଜିରୋ ଲେଖି ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ । ପୁରୀ ବେଳାଭୂମିରେ ପ୍ରସ୍ତୁତ ଏହି ବାଲୁକା କଳାରେ ସେ ବିକଶିତ ଭାରତର ବାର୍ତ୍ତା ମଧ୍ୟ ଦେଇଛନ୍ତି ।

ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭ଟା ୧୫ ମିନିଟରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏହି ଉତ୍ସବରେ ଯୋଗ ଦେବା ପାଇଁ ଦେଶବିଦେଶରୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେବେ । ୬ ଜଣ ରାଷ୍ଟ୍ରମୁଖ୍ୟ ଶପଥ ସମାରୋହ ସାମିଲ ହେବେ । ଶପଥ ସମାରୋହ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ତାଜ, ଲିଲା, ଆଇଟିସି ମୌର୍ଯ୍ୟ, ଓବରେଇ ଭଳି ବଡ଼ ବଡ଼ ହୋଟେଲରେ ଅତିଥିମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।  ସେଥିପାଇଁ ଏହି ହୋଟେଲ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି ।

Leave A Reply

Your email address will not be published.