ସବୁଦିନ ପରିବର୍ତ୍ତନ ହେଉଛି ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ବଜାରରେ ମୂଲ୍ୟ?

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୧ ହଜାର ୬୭୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୫ ହଜାର ୭୦୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୫,୭୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୧,୬୭୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୫,୭୦୦ ଟଙ୍କା ଓ ୭୧,୬୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୫,୮୫୦ ଟଙ୍କା ଓ ୭୧,୮୨୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୬,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୨ ,୫୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୫,୭୦୦ ଟଙ୍କା ଓ ୭୧,୬୭୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୯୧,୫୦୦ ଟଙ୍କା ହୋଇଛି ।

Leave A Reply

Your email address will not be published.