Below header

ଶିମିଳିପାଳରେ ମୁଖ୍ୟ ଶାସନ ସଚିବ, ଅଗ୍ନିକାଣ୍ଡ ସମସ୍ୟା ନେଇ କରୁଛନ୍ତି ଅନୁଧ୍ୟାନ

ଶିମିଳିପାଳ ଅଗ୍ନିକାଣ୍ଡ ସମସ୍ୟା ସମାଧାନ ଉପରେ ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ଶିମିଳିପାଳରେ ମୁଖ୍ୟ ଶାସନ ସଚିବ । ଶିମିଳିପାଳ ଅଗ୍ନିକାଣ୍ଡ ସମସ୍ୟା ସମାଧାନ ଉପରେ ଅନୁଧ୍ୟାନ କରିଛନ୍ତି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା। ଦିନ ରାତି ଅହରହ ଜଳୁଛି ଶିମିଳିପାଳ । ଗ୍ରୀଷ୍ମପ୍ରବାହର ତାତି ସହ ଶିମିଳିପାଳରେ ନିଆଁ ଲିଭାଇବା ବନବିଭାଗ କର୍ମଚାରୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଦିନକୁ ଦିନ ନିଆଁ ବ୍ୟାପିବାରେ ଲାଗିଛି । ଶିମିଳପାଳ ଅଭୟାରଣ୍ୟରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଛି ।

ପ୍ରବଳ ଖରା ଓ ଗରମ ସତ୍ତ୍ବେ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ବନବିଭାଗ କର୍ମଚାରୀ । ୨ଦିନିଆ ଗସ୍ତରେ ନିଆଁକୁ କିପରି ଆୟତ୍ତ କରାଯିବ ସେନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ସଚିବ । ତାଙ୍କ ସହ ଉତ୍ତର ଶିମିଳିପାଳ ଡେପୁଟି ଡ଼ାଇରେକ୍ଟର ,ଦକ୍ଷିଣ ଶିମିଳିପାଳ ଡେପୁଟି ଡ଼ାଇରେକ୍ଟର, RCCF ,PCCF ଦେବୀଦତ୍ତ ବିଶ୍ୱାଳ ଉପସ୍ଥିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.