Below header

NCERT ରେ ଖାଲିପଡିଛି ପଦବୀ, ୬୦ ହଜାର ମିଳିବ ଦରମା

ରାଷ୍ଟ୍ରୀୟ ଶିକ୍ଷକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ(NCERT) ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ, ଅଫିସିଆଲ ସାଇଟ୍‌ ncert.nic.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ପ୍ରକ୍ରିୟା ଚାଲିଛି । ଆବେଦନ କରିବାର ଶେଷ ୧୦ ମଇ୨୦୨୪ ରହିଛି ।

ଚାକିରି ଖୋଜୁଥିବା ଯୁବପିଢିଙ୍କୁ ସୁବର୍ଣ୍ଣ ସୁଯୋଗ । ରାଷ୍ଟ୍ରୀୟ ଶିକ୍ଷକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ(NCERT) ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ, ଅଫିସିଆଲ ସାଇଟ୍‌ ncert.nic.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ପ୍ରକ୍ରିୟା ଚାଲିଛି । ଆବେଦନ କରିବାର ଶେଷ ୧୦ ମଇ୨୦୨୪ ରହିଛି ।

ପଦବୀ ବିବରଣୀ : ୩୦

ଏକାଡେମିକ କନସଲଣ୍ଟାଣ୍ଟ : ୩
ବାଇଲିଙ୍ଗୁଆଲ ଟ୍ରାନ୍ସଲେଟର: ୨୩
ଜୁନିଅର ପ୍ରୋଜେକ୍ଟ ଫେଲୋ : ୪

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୦ ମଇ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଏକାଡେମିକ କନସଲଟାଣ୍ଟ ପଦବୀ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ କରିଥିବା ଜରୁରୀ । ସେହିପରି ବାଇଲିଙ୍ଗୁଆଲ ଟ୍ରାନ୍ସଲେଟର ପାଇଁ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ । ସେହିପରି ଜୁନିଅର ପ୍ରୋଜେକ୍ଟ ଫେଲୋ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୫ ବର୍ଷ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ଆବେଦନ କରିଥିବା ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ ହେବ । ଇଣ୍ଟରଭ୍ୟୁ ଆଧାରରେ ଫଳାଫଳ ଘୋଷଣା କରାଯିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୩୦ ହଜାରରୁ ଆରମ୍ଭ କରି ୬୦ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.