ଓଡିଶା ହାଇକୋର୍ଟରେ ଖାଲିପଡିଛି ଜୁନିଅର ଷ୍ଟେନୋଗ୍ରାଫର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ଓଡିଶା ହାଇକୋର୍ଟରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ ପାଇଁ ଅଫିସିଆଲ ନୋଟିଫିକେସନ ଜାରି ହୋଇଛି । ଏଠାରେ ଜୁନିଅର ଷ୍ଟେନୋଗ୍ରାଫର ଗ୍ରୁପ ସି ପଦବୀରେ ଭର୍ତ୍ତି ହେବ ।

ଓଡିଶା ହାଇକୋର୍ଟରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ ପାଇଁ ଅଫିସିଆଲ ନୋଟିଫିକେସନ ଜାରି ହୋଇଛି । ଏଠାରେ ଜୁନିଅର ଷ୍ଟେନୋଗ୍ରାଫର ଗ୍ରୁପ ସି ପଦବୀରେ ଭର୍ତ୍ତି ହେବ । ଏଠାରେ ମୋଟ ୩୫ ପଦବୀ ପାଇଁ ଭର୍ତ୍ତି ହେବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ ।
ଏଥିପାଇଁ ପ୍ରାର୍ଥୀ www.orissahighcourt.nic.in କୁ ଯାଇ ଅନଲାଇନ ରେଜିଷ୍ଟ୍ରେସନ କରନ୍ତୁ ।

ପଦବୀ ବିବରଣୀ: ୩୫

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୦ ମଇରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୧୮, ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବ୍ୟାଚଲର ଡିଗ୍ରୀ ପାସ୍‌ କରିଥିବା ଜରୁରୀ । ସେହିପରି ପ୍ରତି ମିନିଟକୁ ୮୦ ଶବ୍ଦ ଟାଇପିଂ କରିପାରୁଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ରୁ ୩୨ ମଧ୍ୟରେ ହୋଇଥିବା ଜରୁରୀ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ orissahighcourt.nic.in. କୁ ଯିବାକୁ ହେବ ।
ଏହାପରେ Odisha High Court Recruitment 2024 ରେ କ୍ଲିକ୍‌ କରନ୍ତୁ ।
ଏହାପରେ ସମସ୍ତ ଡକ୍ୟୁମେଣ୍ଟ ଦେବା ପରେ ଆବେଦନ ଫର୍ମକୁ ସବମିଟ୍‌ କରନ୍ତୁ ।
ଶେଷରେ ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.