ଶେଷ ହେଲା ପ୍ରଚାର, ଇଭିଏମ୍ ଓ ଭିଭିପ୍ୟାଟ୍ ସହ ବୁଥ ମୁହାଁ ପୋଲିଂ ପାର୍ଟି

ସରିଲା ପ୍ରଚାର, ରାତି ପାହିଲେ ଭୋଟ୍। ଭୋଟରଙ୍କ ହାତରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ । ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ମତଦାନ ହେବ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଓ ୪୨ ବିଧାନସଭା ସିଟରେ ଭୋଟ ନିଆଯିବ ।  ସକାଳ ୭ଟାରୁ ଆରମ୍ଭ ଭୋଟିଂ । ମତଦାନ ପାଇଁ ବୁଥ ମୁହାଁ ପୋଲିଂ ପାର୍ଟି ।

ଭୁବନେଶ୍ୱର (କେନ୍ୟୁଜ): ସରିଲା ପ୍ରଚାର, ରାତି ପାହିଲେ ଭୋଟ୍। ଭୋଟରଙ୍କ ହାତରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ । ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ମତଦାନ ହେବ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଓ ୪୨ ବିଧାନସଭା ସିଟରେ ଭୋଟ ନିଆଯିବ । ସକାଳ ୭ଟାରୁ ଆରମ୍ଭ ଭୋଟିଂ । ମତଦାନ ପାଇଁ ବୁଥ ମୁହାଁ ପୋଲିଂ ପାର୍ଟି। ୬ ଟି ଲୋକସଭା କ୍ଷେତ୍ରର ବିଭିନ୍ନ ସ୍ଥାନରୁ ଭୋଟିଂ ସରଞ୍ଜାମ ଧରି ପୋଲିଂ ଅଧିକାରୀ ବୁଥକୁ ବାହାରିଛନ୍ତି।

ଇଭିଏମ, ଭିଭିପାଟ ମେସିନ ସହ ଗନ୍ତବ୍ୟସ୍ଥଳକୁ ଯାଇଛନ୍ତି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬୪ ସାଂସଦ ପ୍ରାର୍ଥୀ ଓ ୩୮୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ। ଏହି ପର୍ଯ୍ୟାୟରେ ରହଛି ବହୁ ଚର୍ଚ୍ଚିତ ଆସନ ଓ ଲଢୁଛନ୍ତି ବହୁ ଚର୍ଚ୍ଚିତ ଚେହେରା । ବହୁ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ ଲକ୍ଷ ୪୮ ହଜାର ଭୋଟର ମତଦାନ କରିବେ । ପୁରୁଷ ଭୋଟର ୪୮ଲକ୍ଷ ୩୦ହଜାର ଥିବା ବେଳେ ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର ଅଛନ୍ତି । ୨୧ପ୍ରତିଶତ ଯୁବ ଭୋଟର । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୦ ହଜାର ୫୫୧ବୁଥରେ ହେବ ମତଦାନ । ୨ହଜାର ମଡେଲ ବୁଥ ରହିଛି । ମତଦାନ ପ୍ରକ୍ରିୟାକୁ ସୁରଉଖୁରରେ ସମ୍ପାଦନ ପାଇଁ ପ୍ରାୟ ୭୦ ହଜାର ପୋଲିଂ କର୍ନଚାରୀ ନିୟୋଜିତ ହୋଇଛନ୍ତି । ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପାଇଁ ମୁତୟନ ହେବେ ୧୨୧ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ । ଜୁନ ୪ରେ ଭୋଟ ଗଣତି ଓ ଫଳାଫଳ ବାହାରିବ ।

Leave A Reply

Your email address will not be published.