ଆଜି ଅବପାତ, କାଲି ବାତ୍ୟା; ଓଡ଼ିଶା ଉପରେ ନାହିଁ ପ୍ରଭାବ
ବଳ ଗୋଟାଉଛି ବାତ୍ୟା । ଆଜି ଅବପାତ, କାଲି ବାତ୍ୟା । ବଙ୍ଗୋପସାଗରରେ ବାତ୍ଯା ସମ୍ଭାବନା। ସୁଦୃଶ୍ୟ ଲଘୁଚାପ ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନରେ ପରିଣତ ହେବ। ଉତ୍ତର-ପୂର୍ବ ଦିଗରେ ଆଗକୁ ଗତି କରି ଆହୁରି ଶକ୍ତିଶାଳୀ ହେବ। କାଲି ସକାଳ ବେଳକୁ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ। ବାତ୍ୟାର ରୂପ ନେବା ପରେ ଏହା ଉତ୍ତର ଦିଗରେ ଗତି କରିବ।

ଭୁବନେଶ୍ୱର (କେନ୍ୟୁଜ): ବଳ ଗୋଟାଉଛି ବାତ୍ୟା । ଆଜି ଅବପାତ, କାଲି ବାତ୍ୟା । ବଙ୍ଗୋପସାଗରରେ ବାତ୍ଯା ସମ୍ଭାବନା । ସୁଦୃଶ୍ୟ ଲଘୁଚାପ ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନରେ ପରିଣତ ହେବ । ଉତ୍ତର-ପୂର୍ବ ଦିଗରେ ଆଗକୁ ଗତି କରି ଆହୁରି ଶକ୍ତିଶାଳୀ ହେବ । କାଲି ସକାଳ ବେଳକୁ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ । ବାତ୍ୟାର ରୂପ ନେବା ପରେ ଏହା ଉତ୍ତର ଦିଗରେ ଗତି କରିବ ।
୨୬ ତାରିଖ ସଂଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ବାଂଲାଦେଶ ଓ ସଂଲଗ୍ନ ଉପକୂଳ ପଶ୍ଚିମବଙ୍ଗ ଅତିକ୍ରମ କରିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ । କାଲି ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ଜାରି ରହିବ । ୨୬ ଓ ୨୭ ତାରିଖରେ ଉତ୍ତର ଉପକୂଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୨୬ ତାରିଖରେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଏବଂ ୨୭ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି ।