ଆଜି ନବୀନଙ୍କ ମାରାଥନ ପ୍ରଚାର: ମୟୂରଭଞ୍ଜ, ବାଲେଶ୍ବର ଓ କୋରେଇରେ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ହାଇଭୋଲଟେଜ କ୍ୟାମ୍ପେନ । ଆଜି ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜ, ବାଲେଶ୍ବର ଓ କୋରେଇରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଆଜି ପୂର୍ବାହଣରେ ପ୍ରଥମେ ମୟୂରଭଞ୍ଜର ରାଇରଙ୍ଗପୁରରେ ଜନସମାବେଶକୁ ସମ୍ବୋଧନ କରିବେ ନବୀନ । ଏହାପରେ ବାରିପଦାରେ ନିର୍ବାଚନ ସଭାରେ ଯୋଗଦେବେ । ବାରିପଦାକୁ ପ୍ରଚାର ସାରି ବାଲେଶ୍ବର ଆସିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର (କେନ୍ୟୁଜ); ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ହାଇଭୋଲଟେଜ କ୍ୟାମ୍ପେନ । ଆଜି ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜ, ବାଲେଶ୍ବର ଓ କୋରେଇରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଆଜି ପୂର୍ବାହଣରେ ପ୍ରଥମେ ମୟୂରଭଞ୍ଜର ରାଇରଙ୍ଗପୁରରେ ଜନସମାବେଶକୁ ସମ୍ବୋଧନ କରିବେ ନବୀନ । ଏହାପରେ ବାରିପଦାରେ ନିର୍ବାଚନ ସଭାରେ ଯୋଗଦେବେ । ବାରିପଦାକୁ ପ୍ରଚାର ସାରି ବାଲେଶ୍ବର ଆସିବେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ବିଜେଡି ମୁଖ୍ୟ ନିର୍ବାଚନ ରଣନୀତିକାର କାର୍ତ୍ତିକ ପଣ୍ଡିଆନ ମଧ୍ୟ ଆଜି ବାଲେଶ୍ଵର ଗସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ହୋଇଛି ।

ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ ୩ ଟା ୩୦ ରେ ବାଲେଶ୍ଵର ପୋଲିସ ରିଜର୍ଭ ପଡ଼ିଆରେ ହେଲିକପ୍ଟର ଯୋଗେ ପହଞ୍ଚି ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ କର୍ମୀ ଓ ନେତାଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି । ଆଜି ବାଲେଶ୍ଵରର ୮ଟି ଯାକ ନିର୍ବାଚନ ମଣ୍ଡଳୀରୁ ସମସ୍ତ ବିଧାୟକ ପ୍ରାର୍ଥୀ ସମେତ ବାଲେଶ୍ଵର ସାଂସଦ ପ୍ରାର୍ଥୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରାର୍ଥୀଙ୍କୁ ବିଜୟ ପାଇଁ ଜନସାଧାରଣ ଙ୍କୁ ନିବେଦନ କରିବେ । ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟା୨୫ ରେ ବାଲେଶ୍ଵର ସଭା ସାରି ଯାଜପୁର ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ଯାଜପୁର ଜିଲ୍ଲା କୋରେଇରେ ସଭାରେ ଉଦବୋଧନ ଦେବେ ନବୀନ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Leave A Reply

Your email address will not be published.