ଭୋଟ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ସମସ୍ତଙ୍କୁ ମତଦାନ କରିବାକୁ କଲେ ଅପିଲ

ଭୋଟ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଭୁବନେଶ୍ବର ୟୁନିଟ-୧ ସ୍କୁଲରେ ଥିବା ମତଦାନ କେନ୍ଦ୍ରରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ପତ୍ନୀଙ୍କ ସହ ଆସି ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି। ସେହିପରି ପୂର୍ବତନ ପୋଲିସ ଡିଜି ସୁନୀଲ ବଂଶଲ ମଧ୍ୟ ଭୋଟ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ପିକେ ଜେନା ମଧ୍ୟ ମତଦାନ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଭୋଟ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଭୁବନେଶ୍ବର ୟୁନିଟ-୧ ସ୍କୁଲରେ ଥିବା ମତଦାନ କେନ୍ଦ୍ରରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ପତ୍ନୀଙ୍କ ସହ ଆସି ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଲୋକ ଭୋଟ ଦେବାକୁ ଆସୁଛନ୍ତି ଏହା ଦେଖି ମୋତେ ଖୁସି ଲାଗୁଛି । ଭୋଟ ଦେବାକୁ ଭୟ କରନ୍ତୁ ନାହିଁ । ପ୍ରତ୍ୟେକ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି । ରାଜନୈତିକ ଦଳ ଗୁଡିକର କହିବା ଅନୁଯାୟୀ, ନିର୍ଦ୍ଦିଷ୍ଟ କିଛି ବୁଥରେ ମଧ୍ୟ ସୁରକ୍ଷାବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି । ତେଣୁ ବହୁସଂଖ୍ୟାରେ ଆସି ଭୋଟ ଦେବାକୁ ଅପିଲ କରିଛନ୍ତି ନିକୁଞ୍ଜ ଧଳ ।

ସେହିପରି ପୂର୍ବତନ ପୋଲିସ ଡିଜି ସୁନୀଲ ବଂଶଲ ମଧ୍ୟ ଭୋଟ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ପିକେ ଜେନା ମଧ୍ୟ ଭୋଟ ଦେଇ କହିଛନ୍ତି, ଗଣତନ୍ତ୍ରର ମହାପର୍ବରେ ନିଜର ଦାୟିତ୍ୱ ନିର୍ବାହ କରି ଗୌରବାନିତ୍ୱ ମନେ କରୁଛି । ସମସ୍ତେ ଭୋଟ ଦେବା ସହ ଗଣତନ୍ତ୍ରକୁ ଆହୁରି ସୁଦୃଢ କରିବାକୁ ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ହେଉଛି ମତଦାନ । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଓ ୪୨ ବିଧାନସଭା ସିଟରେ ଭୋଟ ନିଆଯିବ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ ।

 

 

 

You might also like