ଆଜି ବାତ୍ୟା ରୂପ ନେବ ଗଭୀର ଅବପାତ, ଆସନ୍ତାକାଲି ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ହେବ ପରିଣତ

ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ, ଗଭୀର ଅବପାତ ବାତ୍ୟାର ରୂପ ନେବ ।  ବାତ୍ୟାର ନାଁ ରହିବ ରିମାଲ ।  ଆସନ୍ତାକାଲି ରିମାଲ ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ।  ଏହି ଭୀଷଣ ବାତ୍ୟା, କାଲି ମଧ୍ୟରାତିରେ ପଶ୍ଚିମବଙ୍ଗର ସାଗର ଦ୍ବୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।  ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟା ପବନର ବେଗ ଘଣ୍ଟାପ୍ରତି ୧୩୫ କି.ମି. ରହିପାରେ । ବାତ୍ୟାର ସିଧା ପ୍ରଭାବ ଓଡ଼ିଶା ଉପରେ ନାହିଁ ।

ଭୁବନେଶ୍ୱର (କେନ୍ୟୁଜ): ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ, ଗଭୀର ଅବପାତ ବାତ୍ୟାର ରୂପ ନେବ ।  ବାତ୍ୟାର ନାଁ ରହିବ ରିମାଲ ।  ଆସନ୍ତାକାଲି ରିମାଲ ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଏହି ଭୀଷଣ ବାତ୍ୟା, କାଲି ମଧ୍ୟରାତିରେ ପଶ୍ଚିମବଙ୍ଗର ସାଗର ଦ୍ବୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।  ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟା ପବନର ବେଗ ଘଣ୍ଟାପ୍ରତି ୧୩୫ କି.ମି. ରହିପାରେ । ବାତ୍ୟାର ସିଧା ପ୍ରଭାବ ଓଡ଼ିଶା ଉପରେ ନାହିଁ।

ତଥାପି ଉତ୍ତର-ଉପକୂଳ ଓଡ଼ିଶାରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ପବନର ବେଗ ୪୦ରୁ ୫୦ କିମି ପ୍ରତିଘଣ୍ଟା ରହିପାରେ । ଆଜି ସଂଧ୍ୟାରୁ ୨୭ ତାରିଖ ଯାଏ ଉତ୍ତର ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି ।  ସେପଟେ ପ୍ରବଳ ବର୍ଷାର ସମ୍ଭାବନା ନେଇ ୪ ଜିଲ୍ଲା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ।

 

 

Leave A Reply

Your email address will not be published.