ଟ୍ରକ୍‌କୁ ପିଟିଲା ପୋଲିଂ ପାର୍ଟି ବସ୍ : ୩ କର୍ମଚାରୀ ଆହତ

କୁଚିଣ୍ଡା ବଡ଼ରମା ଘାଟିରେ ପୋଲିଂ ପାର୍ଟି ବସ୍ ଦୁର୍ଘଟଣାଗ୍ରସ୍ତ । ଘାଟି ରାସ୍ତାରେ ଏକ ଟ୍ରକକୁ ପଛରୁ ଧକ୍କା ଦେଇଛି ପୋଲିଂ ପାର୍ଟି ବସ୍ । ଫଳର ଦୁର୍ଘଟଣାରେ ୩ ପୋଲିସ କର୍ମଚାରୀ ସମେତ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବଡ଼ରମା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା।

କୁଚିଣ୍ଡା (କେନ୍ୟୁଜ): କୁଚିଣ୍ଡା ବଡ଼ରମା ଘାଟିରେ ପୋଲିଂ ପାର୍ଟି ବସ୍ ଦୁର୍ଘଟଣାଗ୍ରସ୍ତ । ଘାଟି ରାସ୍ତାରେ ଏକ ଟ୍ରକକୁ ପଛରୁ ଧକ୍କା ଦେଇଛି ପୋଲିଂ ପାର୍ଟି ବସ୍ । ଫଳର ଦୁର୍ଘଟଣାରେ ୩ ପୋଲିସ କର୍ମଚାରୀ ସମେତ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବଡ଼ରମା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୯ଟା ବେଳେ ୩ଟି ବୁଥ ୨୫୮, ୨୫୯ ଓ ୨୬୦ର ଭୋଟ୍ ସାରି ୨୦ ଜଣ ପୋଲିଂ କର୍ମଚାରୀ ବସରେ ଫେରୁଥିଲେ। ରାତି ପ୍ରାୟ ୧୧ଟା ବେଳେ ୫୩ ନମ୍ବର ଜାତୀୟ ରାଜପଥ ବଡ଼ରମା ବୁଲାଣିରେ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ବସ୍‌ଟି । ଏଥିରେ ୩ ପୋଲିସ କର୍ମଚାରୀ ସମେତ ୨୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଖବର ପାଇ ତୁରନ୍ତ ଜମନକିରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଇଭିଏମ୍ ଓ ଭିଭିପାଟ୍ ସମେତ ଅନ୍ୟାନ୍ୟ ଭୋଟିଂ ସାମଗ୍ରୀ ଗୁଡ଼ିକୁ କୁଚିଣ୍ଡା କଲେଜ ସ୍ଥିତ ଡସବର୍ସାଲ୍ ସେଣ୍ଟରକୁ ପଠାଇଥିବା ସୂଚନା ମିଳିଛି।

 

 

 

Leave A Reply

Your email address will not be published.