Browsing Tag

explosion

ଆଲୁମିନିୟମ୍ କାରଖାନାରେ ଫାଟିଲା ବଏଲର୍, ଜଣେ ଶ୍ରମିକ ମୃତ, ୮ ଆହତ

ବିହାରର ସମସ୍ତିପୁରରେ ଏକ କାରଖାନାରେ ବଏଲର ବିସ୍ଫୋରଣ ହେତୁ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ଆଲୁମିନିୟମ୍ କାରଖାନାରେ ହଠାତ୍ ବଏଲର ଫାଟିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୮ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା…

କୁଟୁର ଅଞ୍ଚଳରେ ପୁଣି IED ବିସ୍ଫୋରଣ, ଦୁଇ ଯବାନ ଗୁରୁତର

ମାଲକାନଗିରି : ପୁଣି IED ବିସ୍ଫୋରଣ । ଦୁଇ DRG ଯବାନ ଗୁରୁତର । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର କୁଟୁର ଅଞ୍ଚଳରେ IED ବିସ୍ଫୋରଣ । ଜାଙ୍ଗଲା ନିକଟରେ ମାଓ ଦମନ ଅପରେସନରେ ଯିବାବେଳେ IED ବିସ୍ଫୋରଣ କରିଥିଲେ ନକ୍ସଲ । ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ଖଞ୍ଜା ଯାଇଥିଲା IED…

ପାକିସ୍ତାନ: ଭୟଙ୍କର ବିସ୍ଫୋରଣ ପରେ ଭୁଶୁଡ଼ି ପଡ଼ିଲା କୋଇଲା ଖଣି, ଫସିଛନ୍ତି ୧୨ ଶ୍ରମିକ

ପାକିସ୍ତାନର ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ବଲୁଚିସ୍ତାନରେ ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ପରେ କୋଇଲା ଖଣି ଧସିଯିବାରୁ ୧୨ ଜଣ ଶ୍ରମିକ ଏହା ମଧ୍ୟରେ ଫସି ରହିଛନ୍ତି । ରାଜଧାନୀ କ୍ୱେଟା ଉପକଣ୍ଠ ସଞ୍ଜଦି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମୁଖ୍ୟ ଖଣି ଅଧିକାରୀ…

ଟ୍ରମ୍ପ୍ ହୋଟେଲ ବାହାରେ ବିସ୍ଫୋରଣ କରିଥିବା ସନ୍ଦିଗ୍ଧ ଜଣେ ଆମେରିକୀୟ ସୈନିକ ! ଧମାକା ପୂର୍ବରୁ ନିଜକୁ ମାରିଥିଲେ…

ଆମେରିକାର ଲସ୍ ଭେଗାସରେ ଟ୍ରମ୍ପ୍ ଇଣ୍ଟରନ୍ୟାସନାଲ୍ ହୋଟେଲ ବାହାରେ ଗତକାଲି ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ହୋଟେଲ ବାହାରେ ଟେସଲା ସାଇବର ଟ୍ରକରେ ବ୍ଲାଷ୍ଟକୁ ନେଇ FBI (ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ) ଏକ ବଡ଼ ଖୁଲାସା କରିଛି । ଅଧିକାରୀମାନେ କହିଛନ୍ତି ଯେ ଟ୍ରମ୍ପ ହୋଟେଲ…

ମସ୍କୋରେ ଧମାକା, ରୁଷର ପରମାଣୁ ଡିଫେନ୍ସ ମୁଖ୍ୟ ଇଗୋର କିରିଲୋଭଙ୍କ ମୃତ୍ୟୁ

ରୁଷର ପରମାଣୁ ପ୍ରୋଗ୍ରାମର ମୁଖ୍ୟ ଇଗୋର କିରିଲୋଭଙ୍କ ମସ୍କୋରେ ଏକ ବିସ୍ଫୋରଣରେ ମୃତ୍ୟୁ ଘଟିଛି । ରାଷ୍ଟ୍ରପତି ପୁଟିନଙ୍କର ସେ ଅତି ନିକଟତର ବୋଲି ବିବେଚନା କରାଯାଉଥିଲା । ଏହି ବିସ୍ଫୋରଣ ରାଷ୍ଟ୍ରପତି ଭବନଠାରୁ ମାତ୍ର ୭ କିଲୋମିଟର ଦୂରରେ ଘଟିଛି । ୟୁକ୍ରେନର ସିକ୍ୟୁରିଟି ସର୍ଭିସ୍ ଦାବି…

ଗୁଜରାଟ: ଫ୍ୟାକ୍ଟ୍ରିର ଷ୍ଟୋରେଜ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ, ୪ ଶ୍ରମିକ ମୃତ

ଗୁଜରାଟର ଭରୁଚ ଜିଲ୍ଲାରେ ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ମଙ୍ଗଳବାର ଅପରାହ୍ନରେ ଭରୁଚର ଅଙ୍କଲେଶ୍ୱର ଜିଆଇଡିସି ଅଞ୍ଚଳରେ ଥିବା ଏକ…

ରୋହତକରୁ ଦିଲ୍ଲୀ ଯାଉଥିବା ଟ୍ରେନରେ ବିସ୍ଫୋରଣ, ବଗିରେ ନିଆଁ ଲାଗି ୪ ଯାତ୍ରୀ ଗୁରୁତର

ହରିୟାଣାର ରୋହତକରୁ ଦିଲ୍ଲୀ ଯାଉଥିବା ଟ୍ରେନରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଫଳରେ ଏକ ବଗିରେ ନିଆଁ ଲାଗି ୪ ଜଣ ଯାତ୍ରୀ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି । ସେପଟେ ଦୌଡ଼ାଦୌଡ଼ି ସମୟରେ ଟ୍ରେନରୁ ଡେଇଁ ୪ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ରେଲୱେ ଏବଂ ସ୍ଥାନୀୟ ଥାନା…

ପଶ୍ଚିମବଙ୍ଗ: ବୀରଭୂମିର କୋଇଲା ଖଣିରେ ଭୀଷଣ ବିସ୍ଫୋରଣ, ୭ ଶ୍ରମିକ ମୃତ

ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ଥିବା ଏକ କୋଇଲା ଖଣିରେ ବଡ଼ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୭ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅନେକ ଜଣ ଏଥିରେ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୀରଭୂମି ଜିଲ୍ଲାର…

କୋଲକତାରେ ବିସ୍ଫୋରଣ, ଜଣେ ମୃତ

କୋଲକତାରେ ଜୁନିଅର ଡାକ୍ତରାଣୀକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଉତ୍ତେଜନା ଥମିନଥିବା ବେଳେ ଏକ ବିସ୍ଫୋରଣ ହୋଇଛି । ବ୍ଲୋଚମାନ ଷ୍ଟ୍ରିଟ ଓ ଏସ୍‌ଏନ ବାନାର୍ଜୀ ରୋଡକୁ ସଂଯୋଗ କରୁଥିବା ସ୍ଥାନରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।   …

ୟୋଲୋଷ୍ଟୋନ ନ୍ୟାସନାଲ ପାର୍କରେ ବିସ୍ଫୋରଣ, ଅଣ୍ଡରଗ୍ରାଉଣ୍ଡ ହାଇଡ୍ରୋଥର୍ମାଲ ବ୍ଲାଷ୍ଟ

ବିସ୍ଫୋରଣରେ ଦୋହଲିଲା ୟେଲୋଷ୍ଟୋନ ନ୍ୟାସନାଲ ପାର୍କ । ପାର୍କରେ ଅଣ୍ଡରଗ୍ରାଉଣ୍ଡ ହାଇଡ୍ରୋର୍ଥମାଲ ବିସ୍ଫୋରଣ ଯୋଗୁଁ ସେଠାରେ ଉପସ୍ଥିତ ଥିବା ଲୋକ ଭୟରେ ଥରିଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି କି, କିପରି ବିସ୍ଫୋରଣ ପରେ ଲୋକମାନେ ଜୀବନ ବିକଳରେ ସେଠାରୁ…

ମେକ୍ସିକୋ ମଦ କାରଖାନାରେ ଭୟଙ୍କର ବିସ୍ଫୋରଣ, ନିଆଁ ଲାଗି ଜଳିଗଲେ ୫ ଶ୍ରମିକ

ମେକ୍ସିକୋରେ ଏକ ମଦ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ୫ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଜାଲିସ୍କୋ ରାଜ୍ୟରେ ଥିବା ଏହି ମଦ କାରଖାନାରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଥିଲା । ବିସ୍ଫୋରଣ ଏତେ ଜୋର୍‌ଦାର ଥିଲା ଯେ ପୂରା କାରଖାନା ନିଆଁ…

ଅମରାବତୀ ସେଣ୍ଟ୍ରାଲ ଜେଲରେ ଭୟଙ୍କର ବିସ୍ଫୋରଣ, ବଲ୍‌ ଭିତରେ ବିସ୍ଫୋରକ ଭରି ଫୋପାଡିଲା ଦୁର୍ବୃତ୍ତ

ମହାରାଷ୍ଟ୍ର ଅମରାବତୀ ସେଣ୍ଟ୍ରାଲ ଜେଲରେ ଭୟଙ୍କର ବିସ୍ଫୋରଣ । ଅମରାବତୀ ସେଣ୍ଟ୍ରାଲ ଜେଲରେ ଦେଶୀ ବୋମା କିମ୍ବା ବଲ୍‌ ଭିତରେ ବାଣ ଭର୍ତ୍ତି କରି ପକାଇବା ପରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ କେହି ମୃତାହାତ ହୋଇଥିବା ଜଣାପଡିନାହିଁ । ଏହି ଘଟଣା ଶନିବାର ବିଳମ୍ବିତ ରାତିରେ…