ବିପୁଳ ପରିମାଣର କଫ ସିରଫ ଜବତ, ବ୍ୟବସାୟୀ ଗିରଫ

ତୁରେକେଲା ପୋଲିସକୁ ମିଳିଛି ବଡ଼ ସଫଳତା । କଫ ସିରଫ ବ୍ୟବସାୟ କରୁଥିବା ଅଭିଯୋଗରେ ରାମୁଡ ଗାଁର ମକରଣ୍ଡ ଗହୀରକୁ ଗିରଫ କରିବା ସହ ୧୦୪ ବୋତଲ ଓରନେକ୍ସ କଫ ସିରଫ ଜବତ କରିଛି । 

କଣ୍ଟାବାଞ୍ଜି : ତୁରେକେଲା ପୋଲିସକୁ ମିଳିଛି ବଡ଼ ସଫଳତା । କଫ ସିରଫ ବ୍ୟବସାୟ କରୁଥିବା ଅଭିଯୋଗରେ ରାମୁଡ ଗାଁର ମକରଣ୍ଡ ଗହୀରକୁ ଗିରଫ କରିବା ସହ ୧୦୪ ବୋତଲ ଓରନେକ୍ସ କଫ ସିରଫ ଜବତ କରିଛି ।  ତୁରେକେଲା ପୋଲିସ ଅଧିକାରୀ ଏକ ଟିମ ଗଠନ କରି ଅନେକ ସ୍ଥାନରେ ଚଢ଼ାଉ କରିଛି ।

ତୁରେକେଲା ଥାନା ଅନ୍ତର୍ଗତ ରାମୁଡ ଗାଁର ମକରଣ୍ଡ ଅନେକ ଦିନ ହେଲା କଫ ସିରଫ ବ୍ୟବସାୟ କରୁଥିବା ପୁଲିସ ଜାଣିବାକୁ ପାଇ ତାଙ୍କ ଘରେ ଚଢ଼ାଉ କରିଛି । ଏଥିରେ ୧୦୪ ବୋତଲ କଫ ସିରଫ, ୨୫ ଷ୍ଟ୍ରିପ ନିଟ୍ରସମ ନିଶା ଔଷଧ ସହ ନଗତ ଟଙ୍କା ଓ ମୋବାଇଲ ଫୋନ ଜବତ କରିଛି । ପୁଲିସ ମକରଣ୍ଡକୁ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ତାକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.