ଗଛରେ ବାଡେଇ ହୋଇ ଓଲଟିଲା ବୋଲେରୋ, ଗାଡି ଚାଳକ ମୃତ

ବଣେଇ ଉପଖଣ୍ଡର ଜକେଇକଳା ଗାଁ ମୁଣ୍ଡରେ ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଓଲଟି ପଡିଛି ।

ବଣେଇ : ବଣେଇ ଉପଖଣ୍ଡର ଜକେଇକଳା ଗାଁ ମୁଣ୍ଡରେ ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଓଲଟି ପଡିଛି । ଫଳରେ ଗାଡି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ମହୁଲଡିଆ ଗ୍ରାମର ସ୍ବର୍ଗତ ଧୁବେଇ ଚରଣ ସାହୁଙ୍କ ସାନ ପୁଅ ମୁରଲୀ ଧର ସାହୁ (ପିଙ୍କୁ) OD 07R- 0455 ଗାଡ଼ିରେ ବଣେଇ ଚୈତ୍ର ମେଳା ଦେଖିବାକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । କିଛି କାରଣବଶତଃ ତାଙ୍କ ଗାଡି ଭାରସାମ୍ୟ ହରାଇ ଏକ ଗଛରେ ପ୍ରଥମେ ବାଡେଇ ହୋଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା। ସେହି ରାସ୍ତାରେ ଯାଉଥିବା କିଛି ଲୋକ ଓ ସ୍ଥାନୀୟ ଲୋକେ ଭୟଙ୍କର ଶବ୍ଦ ଶୁଣି ଘଟଣା ସ୍ଥଳରେ ପହଞ୍ଚି ଚାଳକଙ୍କୁ ବାହାର କରିବା ସହିତ ବଣେଇ ପୋଲିସ ଓ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ । ପରେ ପୋଲିସ ଉପସ୍ଥିତିରେ ଗୁରୁତର ଥିବା ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ପୋଲିସ ଗାଡ଼ିକୁ ସିଜ୍ କରିବା ସହିତ ଘଟଣାର ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.