Below header

ହିମାଚଳରେ ହିଟ୍‌ ଆଣ୍ଡ ରନ୍‌: ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କ ମାମୁଁପୁଅ ଭାଇଙ୍କ ସମେତ ୨ ମୃତ

ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କ ମାମୁଁପୁଅ ଭାଇଙ୍କ ମୃତ୍ୟୁ ହୋଇଛି । ତାଙ୍କ ସମେତ ଦୁଇ ଜଣ ଯୁବକ ପ୍ରାଣ ହରାଇଛନ୍ତି ।

ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କ ମାମୁଁପୁଅ ଭାଇଙ୍କ ମୃତ୍ୟୁ ହୋଇଛି । ତାଙ୍କ ସମେତ ଦୁଇ ଜଣ ଯୁବକ ପ୍ରାଣ ହରାଇଛନ୍ତି । ସେପଟେ ଦୁର୍ଘଟଣା ପରେ ଅଭିଯୁକ୍ତ ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ, କିନ୍ତୁ ପୋଲିସ ତାଙ୍କୁ ଗିରଫ କରିନେଇଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି ।

ସୂଚନାନୁସାରେ, କାଙ୍ଗଡ଼ାର ଗଗଲ ବିମାନବନ୍ଦର ନିକଟସ୍ଥ ଥାନା ଅଧୀନରେ ଏହି ହିଟ୍ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ପହଞ୍ଚିଥିଲା ଏବଂ ଘଟଣାସ୍ଥଳରୁ ଖସି ପଳାଇଥିବା ଟ୍ୟାକ୍ସି ଡ୍ରାଇଭରଙ୍କୁ ପିଛା କରି ମଣ୍ଡିରୁ ଗିରଫ କରିଥିଲା ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କାଙ୍ଗଡ଼ାର ଗଗଲରେ ହିମାଚଳ ଟିମ୍ବର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦ୍ରୁତ ଗତି ଏବଂ ବେପରୁଆ ଗାଡ଼ି ଚଲାଉଥିବା ଜଣେ ଟ୍ୟାକ୍ସି ଡ୍ରାଇଭର ଏକ ସ୍କୁଟିକୁ ଜୋର୍‌ରେ ଧକ୍କା ଦେଇଥିଲେ । ଏହାପରେ ସେଠାରୁ ସେ ଖସି ପଳାଇଥିଲେ । ଦୁର୍ଘଟଣାରେ ସ୍କୁଟି ଚାଳକ ସୌରଭ କୁମାର ଓ ଆରୋହୀ ଶୁଭମ୍‌ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ମୃତ ସୌରଭ ଗଗଲ୍‌ର ନିବାସୀ ହୋଇଥିବା ବେଳେ ତାଙ୍କ ବୟସ ୨୭ ବର୍ଷ ଥିଲା । ଏହିପରି ୧୯ ବର୍ଷୀୟ ଶୁଭମ୍‌ ବଣ୍ଡି ଗ୍ରାମର ବାସିନ୍ଦା ଥିଲେ । କହି ରଖୁଛୁ, ଗଗଲ୍‌ ନିକଟରେ କ୍ରିକେଟର ସୁରେଶ ରୈନାଙ୍କ ମାମୁଁଘର । ତେବେ ଅଭିଯୁକ୍ତ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତଙ୍କ ନାମ ଶେର ସିଂ ବୋଲି ଜଣାପଡ଼ିଛି ।

କାଙ୍ଗଡ଼ା ଏସ୍‌ପି ଶାଲିନି ଅଗ୍ନିହୋତ୍ରୀ କହିଛନ୍ତି, ରାତି ସମୟରେ ଏହି ହିଟ୍ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ସୁରେଶ ରୈନାଙ୍କ ମାମୁଁପୁଅ ଭାଇଙ୍କ ସମେତ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.