Below header

କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ

କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ । ନାମାଙ୍କନପତ୍ର ଦାଖଲ ସମୟରେ ବଲାଙ୍ଗୀର ବିଜେଡିର ନେତା ଉପସ୍ଥିତ ରହିଥିଲେ ।

କଣ୍ଟାବାଞ୍ଜି (କେନ୍ୟୁଜ): କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ । ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ ଟିଟିଲାଗଡ଼ ସିଟି ସ୍କୁଲ ପଡିଆ ଯାଇଥିଲେ। ଏହାପରେ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ନବୀନ । ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ ସମୟରେ ବଲାଙ୍ଗୀର ବିଜେଡିର ନେତା ଉପସ୍ଥିତ ରହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ବକୁ ନେଇ କଣ୍ଟାବାଞ୍ଜି ବିଜେଡି ଶିବିରରେ ବେଶ ଉତ୍ସାହ। ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ନବୀନଙ୍କ ନାମାଙ୍କନ କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି। ଏହାପୂର୍ବରୁ ହିଞ୍ଜିଳି ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ ୨ଟି ଆସନରୁ ନିର୍ବାଚନ ଲଢୁଛନ୍ତି ନବୀନ । ହିଞ୍ଜିଳି ସମେତ କଣ୍ଟାବାଞ୍ଝି ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସୁପ୍ରିମୋ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.