ଗରିବ ଲୋକଙ୍କୁ ୨୦୦ ୟୁନିଟ୍‌ ମାଗଣା ବିଜୁଳି, ବର୍ଷକରେ ୨ କୋଟି ଚାକିରି…ଦେଶକୁ ୧୦ଟି ଗ୍ୟାରେଣ୍ଟି ଦେଲେ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ‘କେଜ୍ରିଓ୍ଵାଲଙ୍କ ଗ୍ୟାରେଣ୍ଟି’ ଘୋଷଣା କରିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀ କରି ଲୋକସଭା ନିର୍ବାଚନ ପାଇଁ ଦେଶକୁ ୧୦ଟି ଗ୍ୟାରେଣ୍ଟି ଦେଇଛନ୍ତି । ନିର୍ବାଚନ ଜିତିବା ପରେ ୧୦ଟି କାର୍ଯ୍ୟ ଉପରେ ଯୁଦ୍ଧ ସ୍ତରରେ କାମ କରାଯିବ ବୋଲି ସେ କହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ‘କେଜ୍ରିଓ୍ଵାଲଙ୍କ ଗ୍ୟାରେଣ୍ଟି’ ଘୋଷଣା କରିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀ କରି ଲୋକସଭା ନିର୍ବାଚନ ପାଇଁ ଦେଶକୁ ୧୦ଟି ଗ୍ୟାରେଣ୍ଟି ଦେଇଛନ୍ତି । ନିର୍ବାଚନ ଜିତିବା ପରେ ୧୦ଟି କାର୍ଯ୍ୟ ଉପରେ ଯୁଦ୍ଧ ସ୍ତରରେ କାମ କରାଯିବ ବୋଲି ସେ କହିଛନ୍ତି ।

କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦେଶର ସମସ୍ତ ଗରିବ ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୧୦ଟି ଗ୍ୟାରେଣ୍ଟି ମଧ୍ୟରୁ ପ୍ରଥମ ଗ୍ୟାରେଣ୍ଟି ହେଉଛି, ଦେଶରେ ଆମେ ୨୪ ଘଣ୍ଟା ବିଦ୍ୟୁତ୍ ଉପଲବ୍ଧ କରାଇବୁ ।

୧୦ଟି ଗ୍ୟାରେଣ୍ଟି ଘୋଷଣା କରି ସିଏମ୍ କହିଛନ୍ତି, ଦେଶରେ ୩ ଲକ୍ଷ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନର କ୍ଷମତା ରହିିଛି, କିନ୍ତୁ ଏହାର ବ୍ୟବହାର ମାତ୍ର ୨ ଲକ୍ଷ ମେଗାୱାଟ । ଆମ ଦେଶ ଉତ୍ପାଦନ କରିପାରିବ । ଆମେ ଦିଲ୍ଲୀ ଏବଂ ପଞ୍ଜାବରେ ଏହା କରିଛୁ, ଦେଶରେ ମଧ୍ୟ କରିବୁ । ଆମେ ସମସ୍ତ ଗରିବ ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇବୁ । ଏଥିରେ ୧.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଆମେ ଏହି ବ୍ୟବସ୍ଥା କରିପାରିବୁ ।

ସିଏମ୍‌ କେଜ୍ରିୱାଲ କହିଛନ୍ତି ଯେ ମୋ ଗିରଫଦାରୀ ଯୋଗୁ ଏଥିରେ ଟିକେ ବିଳମ୍ବ ହୋଇଗଲା, କିନ୍ତୁ ଏବେ ବି ଅନେକ ପର୍ଯ୍ୟାୟ ନିର୍ବାଚନ ବାକି ଅଛି । ଏହା କେଜ୍ରିୱାଲଙ୍କ ଗ୍ୟାରେଣ୍ଟି, ତେଣୁ ମୁଁ ଏହି ଗ୍ୟାରେଣ୍ଟି ଦେଉଛି ଯେ ଇଣ୍ଡିଆ ବ୍ଲକ୍ ସରକାର ଗଠନ ପରେ ଏହାକୁ ମୁଁ ପୂରଣ କରିବି । ଏହି ଗ୍ୟାରେଣ୍ଟି ଭାରତର ଭିଜନ ।

ସେ କହିଥିଲେ, ଆଜିକାଲି ଦେଶରେ ମୋଦିଙ୍କ ଗ୍ୟାରେଣ୍ଟି ବିଷୟରେ ଚର୍ଚ୍ଚା ଚାଲିଛି । ଦେଶ ସ୍ଥିର କରୁ ଯେ ମୋଦି ନା କେଜ୍ରିଓ୍ଵାଲ, କାହାର ଗ୍ୟାରେଣ୍ଟି ଉପରେ ବିଶ୍ୱାସ କରିବ ।

delhu

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ ପିଏମ୍‌ ମୋଦି ୧୫ ଲକ୍ଷ ଟଙ୍କା, ପ୍ରତିବର୍ଷ ୨ କୋଟି ଚାକିରି, ସ୍ୱାମୀନାଥନ ରିପୋର୍ଟ କାର୍ଯ୍ୟକାରୀ କରିବା, ୨୦୨୨ରେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା, ୨୦୨୨ରେ ୨୪ ଘଣ୍ଟା ବିଜୁଳି, ୨୦୨୨ ଅଗଷ୍ଟ ୧୫ ସୁଦ୍ଧା ସାବରମତି-ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌, ୧୦୦ ସ୍ମାଟ୍‌ ସିଟିର ଗ୍ୟାରେଣ୍ଟି ଦେଇଥିଲେ । କିନ୍ତୁ କୌଣସି ବି ଗ୍ୟାରେଣ୍ଟି ପୂରଣ ହୋଇନାହିଁ ।

ଆମେ ସ୍କୁଲ ଏବଂ ମୋହଲା କ୍ଲିନିକ୍ ନିର୍ମାଣ କରି ଆମର ଗ୍ୟାରେଣ୍ଟି ପୂରଣ କରିଛୁ । ଗୋଟିଏ ପଟେ ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଅନ୍ୟ ପଟେ କେଜ୍ରିୱାଲଙ୍କ ଗ୍ୟାରେଣ୍ଟି । ସେ ପଚାରିଥିଲେ କି, ମୋଦିଙ୍କ ଗ୍ୟାରେଣ୍ଟି କିଏ ପୂରଣ କରିବ? କେଜ୍ରିୱାଲଙ୍କ ଗ୍ୟାରେଣ୍ଟି କେଜ୍ରିଓ୍ଵାଲ ହିଁ ପୂରଣ କରିବେ ।

Leave A Reply

Your email address will not be published.